fbpx

ଠାକୁରଙ୍କ ଲକେଟ ବେକରେ ପକାଉଥିଲେ ସାବଧାନ; ନଚେତ୍ ଜୀବନରେ ଭୋଗିବାକୁ ପଡିପାରେ ଅନେକ ସମସ୍ୟା

ଆଜିକାଲି ପୁଅ ଓ ଝିଅ ଫ୍ୟାସନ ପାଇଁ ବିଭିନ୍ନ ପ୍ରକାର ଅଳଙ୍କାର ପିନ୍ଧିଥାନ୍ତି । ଯେଉଁଥିରେ ମୁଦି, ବ୍ରେସଲେଟ୍, ବଳା, ଚେନ୍ ଓ ଲକେଟ ଆଦି ସାମିଲ ଥାଏ । ତେବେ ହେିସବୁ ଜିନିଷ ବିଭିନ୍ନ ଧାତୁରେ ତିଆରି ହୋଇଥାଏ । ଯେଉଁଥିରେ ସୁନା, ରୂପା, ଅଷ୍ଟଧାତୁ ଇତ୍ୟାଦି ସାମିଲ ଥାଏ । ଏଥିସହିତ ଆମେ ଅନେକ ସମୟରେ ବିଭିନ୍ନ ପ୍ରକାର ଲକେଟ ମଧ୍ୟ ପିନ୍ଧିଥାନ୍ତି । ଯେଉଁଥିରେ ଅନେକ ଡିଜାଇନ୍ ,ଧାର୍ମିକ ପ୍ରତୀକ ଏବଂ ଦେବାଦେବୀଙ୍କ ମୁଖ ମଧ୍ୟ ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଧାତୁ ଏବଂ ରତ୍ନର କୌଣସି ନା କୌଣସି ଗ୍ରହ ସହ ସମ୍ବନ୍ଧ ରହଥାଏ ଏବଂ ସେଗୁଡ଼ିକର ସମ୍ବନ୍ଧ ଦେବାଦେବୀଙ୍କ ସହ ରହିଥାଏ । ଯଦି ଭୁଲ ଗ୍ରହ ସହିତ ଜଡିତ ପଥର କିମ୍ବା ଧାତୁ ବ୍ୟବହାର କରାଯାଏ, ତେବେ ଏହାର ନକାରାତ୍ମକ ପ୍ରଭାବକୁ ଆମକୁ ସାମ୍ନା କରିବାକୁ ପଡିବ । ଏପରି ପରିସ୍ଥିତିରେ ଆପଣମାନେ ଯଦି ନିୟମକୁ ପାଳନ ନକରି କୌଣସି ଦେବାଦେବିଙ୍କ ଲକେଟ , ମୁଦି କିମ୍ବା ବ୍ରେସଲେଟ ଧାରଣ କରନ୍ତି ତେବେ ଏହା ଆପଣଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି କରିବ ।

ଦେବୀ-ଦେବତାଙ୍କ ଲକେଟ ପିନ୍ଧିବା କ୍ଷତିକାରକ ହୋଇପାରେ:

ପ୍ରାୟତଃ ଲୋକମାନେ ବେକରେ ଓମ୍, ସ୍ୱସ୍ତିକ୍, ହନୁମାନ,ଗଣେଶ, ଦୁର୍ଗା ଆଦି ଭଗବାନଙ୍କ ଲକେଟ ପରିଧାନ କରିଥାନ୍ତି । ଯାହାଫଳରେ ଏହା ସେମାନଙ୍କ ଜୀବନରେ ସକରାତ୍ମକ ଭାବନା ସୃଷ୍ଟି କରିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେବାଦେବିମାନଙ୍କର ଲକେଟ୍ ପିନ୍ଧିବା ଦ୍ୱାରା ଏହା ଆପଣଙ୍କୁ ବଡ଼ ଅସୁବିଧାରେ ପକାଇପାରେ । ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ବେକରେ ଭଗବାନଙ୍କ ଲକେଟ୍ ପିନ୍ଧିବା ଦ୍ୱାରା ଶରୀରରେ ଥିବା ମଇଲା ମଇଳା ଲକେଟରେ ଲାଗିଥାଏ । ଏତତ୍ ବ୍ୟତୀତ ଅନେସମୟରେ ଆମେ ଅସନା ହାତରେ ଲକେଟକୁ ସ୍ପର୍ଶ କରନ୍ତି । ତେବେ ଏପରି କରିବା ଦ୍ୱାରା ଏହା ଭଗବାନଙ୍କ ପ୍ରତି ଅପମାନ ହୋଇଥାଏ । ଫଳରେ ଏହି ଲକେଟଗୁଡ଼ିକ ଲାଭ ଦେବା ପରିବର୍ତ୍ତେ ଆମର କ୍ଷତି ଘଟାଇଥାଏ । ଯାହାର ପ୍ରଭାବରେ ଆପଣଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ କୌଣସି ନିୟମ ନମାନି ଦେବାଦେବିଙ୍କ ଲକେଟ ପିନ୍ଧିବା ଉଚିତ୍ ନୁହେଁ ।

ଏହିପରି ଏକ ଲକେଟ୍ ପିନ୍ଧିବା ଦ୍ୱାରା ଲାଭ ମିଳିଥାଏ:

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଆପଣଙ୍କର ରାଶିରେ ଦେବତାଙ୍କ ଲକେଟ୍ ପିନ୍ଧିବା ଦ୍ୱାରା ଆପଣଙ୍କୁ ଲାଭ ମିଳିପାରେ ତେବେ ଆପଣ ସେହି ଦେବତାଙ୍କ ଲକେଟ ପରିଧାନ କରିପାରିବେ । ଏଥିସହିତ ଏହାକୁ ପରିଧାନ କରିବା ପୂର୍ବରୁ ନିର୍ଦ୍ଧିଷ୍ଟ ନିୟମ ଅନୁଯାୟୀ ଅଭିମନ୍ତ୍ରିତ କରି ଏହାକୁ ପରିଧାନ କରିବା ଉଚିତ୍ ।

Get real time updates directly on you device, subscribe now.