fbpx
BJD SKY
BJD SKY

ଶ୍ୱାତି ମାଲିୱାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରିଛି ‘ଆପ୍’, ଜାଣନ୍ତୁ ତାଲିକାରେ ଆଉ କାହାର ନାଁ ଅଛି ସାମିଲ

BJD

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ଶ୍ୱାତି ମାଲିୱାଲଙ୍କୁ ଆମ ଆଦମୀ ପାର୍ଟି(ଆପ୍) ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ମନୋନିତ କରିଛି । ଶ୍ୱାତି ପ୍ରଥମ ଥର ପାଇଁ ରାଜ୍ୟସଭା ସଦସ୍ୟ ହେବେ । ସେହିପରି ଦଳର ରାଜ୍ୟସଭା ସାଂସଦ ଏନ୍ଡ଼ି ଗୁପ୍ତା ଏବଂ ସଂଜୟ ସିଂଙ୍କୁ ପୁଣି ଥରେ ରାଜ୍ୟସଭା ସାଂସଦ ଭାବେ ଚୟନ କରାଯାଇଛି । ଆମ ଆଦମୀ ପାର୍ଟିର ପଲିଟିକାଲ ଆଫେୟାର୍ସ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କହିରଖୁଛୁ ସଂଜୟ ସିଂ ବର୍ତ୍ତମାନ ଦିଲ୍ଲୀ ମଦ ସ୍କାମ୍ ମାମଲାରେ ଜେଲରେ ଅଛନ୍ତି । ତେବେ ଦ୍ୱିତୀୟ ଥର ରାଜ୍ୟସଭା ସାଂସଦ ହେବା ପାଇଁ ସଂଜୟ ସିଂ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏହି ସମ୍ବନ୍ଧୀୟ ଦସ୍ତାବିଜରେ ଦସ୍ତଖତ କରିବା ପାଇଁ ଅନୁମତି ମାଗିଥିଲେ ଯାହା କୋର୍ଟ ତାଙ୍କୁ ପ୍ରଦାନ କରିଛି । ରାଜ୍ୟସଭା ସଦସ୍ୟ ଭାବେ ଜାନୁଆରୀ ୨୭କୁ ସଂଜୟ ସିଂଙ୍କ କାର୍ଯ୍ୟକାଳ ଶେଷ ହେବ ।

ଦିଲ୍ଲୀରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନର ୩ଟି ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏଥିପାଇଁ ୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି । ଜାନୁଆରୀ ୧୦କୁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଏବଂ ନାମାଙ୍କନ ପ୍ରତ୍ୟାହାର ପାଇଁ ଜାନୁଆରୀ ୧୨କୁ ଶେଷ ତାରିଖ ଭାବେ ସ୍ଥିର କରାଯାଇଛି । ଜାନୁଆରୀ ୧୯ରେ ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ ହେବ ।

Get real time updates directly on you device, subscribe now.