fbpx

ବହୁତ ଶସ୍ତା ହୋଇଗଲା ସୁନା, ଆଜି ହିଁ କିଣି ନିଅନ୍ତୁ

ନିବେଶ ପାଇଁ ସୁନା ହେଉଛି ଏକ ଉପଯୁକ୍ତ ମାଧ୍ୟମ । ଅନେକ ଲୋକ ସୁନାକୁ ନିବେଶ ପାଇଁ ପ୍ରାଥମିକତା ଦେଇଥାନ୍ତି । କାରଣ ଏଥିରୁ ଭଲ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଥାଏ । ଦେଶରେ କରୋନାର ପ୍ରକୋପ ଜାରି ରହିଥିବା ବେଳେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଏପ୍ରିଲ ମାସରେ ବିବାହ ସିଜିନ୍ ଆରମ୍ଭ ହେଉଛି । ଆସନ୍ତା ମେ ମାସ ୧୪ ତାରିଖରେ ଅକ୍ଷୟ ତୃତୀୟା ପଡ଼ୁଛି । ପାରମ୍ପରିକ ଦୃଷ୍ଟିରେ ଭାରତରେ ଏହି ସମୟରେ ସୁନାର ଡିମାଣ୍ଡ ବଢ଼ିଥାଏ ।

ନିବେଶ ପାଇଁ ଅବା ବିବାହ ହେଉ, ସୁନା ହେଉଛି ଏକ ଉପଯୁକ୍ତ ଅଳଙ୍କାର । ବଜାରରେ ବର୍ତ୍ତମାନ ୧୦ ଗ୍ରାମ ସୁନାର ଦାମ ରହିଛି ୪୬ ହଜାର ୨୫୭ ଟଙ୍କା । ଏପ୍ରିଲ ମାସ ୧ ତାରିଖରେ ସୁନାର ମୂଲ୍ୟ ୪୪ ହଜାର ୭୦୧ ଟଙ୍କା ରହିଥିଲା ବେଳେ ଏପ୍ରିଲ ୫କୁ ତାହା ବୃଦ୍ଧି ପାଇଁ ୪୪ ହଜାର ୯୪୯ ଟଙ୍କାରେ ପହଞ୍ଚିଥିଲା । ସେହିପରି ଏପ୍ରିଲ ମାସ ୮ ତାରିଖରେ  ୧୦ ଗ୍ରାମ ସୁନାର ମୂଲ୍ୟ ୪୬ ହଜାର ୬୦୧ ଟଙ୍କା ହୋଇଥିଲା ।

ତେବେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଥିବାରୁ ଭାରତୀୟ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଉଛି ବୋଲି ଏଚଡିଏଫସି ସିକ୍ୟୁରିଟଜର ସିନିୟର ଏନାଲିଷ୍ଟ କହିଛନ୍ତି । କରୋନା ଭାଇରସର ବୃଦ୍ଧି ସମୟରେ ସୁନାରେ ନିବେଶ କରିବା ଏକ ଲାଭଦାୟକ ମାଧ୍ୟମ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.