fbpx

ପୋଲିସକୁ ଚକ୍କମା ଦେଇ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର

କଟକ,୧୦ ।୪(ଓଡିଶା ଭାସ୍କର): କଟକ ଏସସିବି ମେଡିକାଲରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହୋଇଛି । ଏସସିବି ମେଡିକାଲର ସର୍ଜରୀ ବିଭାଗରୁ ହାଇଦର ଫେରାର ହୋଇଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଗ୍ୟାଙ୍ଗଷ୍ଟାର ମେଡିକାଲରୁ ଫେରାର ହୋଇଛି ।

ତେବେ ସୁଲେମାନ ହତ୍ୟାକାଣ୍ଡରେ ସଜ୍ଜା କାଟୁଥିଲା ହାଇଦର । ସମ୍ବଲପୁର ସର୍କଲ ଜେଲରେ ବନ୍ଦୀ ଜୀବନ ବିତାଉଥିଲା ହାଇଦର । ଅସୁସ୍ଥ ହେବାରୁ ପ୍ରଥମେ ତାକୁ ବୁର୍ଲା ଓ ପରେ ଏସସିବି ପଠାଯାଇଥିଲା । କିନ୍ତୁ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ପୋଲିସ ଚକ୍କମା ଦେଇ ସେ ଫେରାର୍ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ୧୨ ଦିନ ତଳେ ଚିକିତ୍ସା ପାଇଁ ତାକୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ବୁର୍ଲା ମେଡିକାଲରୁ ରେଫର ହୋଇ ଏସସିବି ଆସିଥିଲା ହାଇଦର । ଏସସିବିର ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ତାକୁ ଭର୍ତ୍ତି କରାଯାଇଥିଲା । ହାଇଦରକୁ ଜଗିବା ପାଇଁ ଜଣେ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ ।

Get real time updates directly on you device, subscribe now.