ଗୋଟିଏ ସପ୍ତାହ ମଧ୍ୟରେ ଏତେ କମିଗଲା ସୁନା, ଚେକ୍ କରନ୍ତୁ ୧୦ ଗ୍ରାମ ଗୋଲ୍ଡ ରେଟ୍ କେତେ

ଜୁନ ୧ରୁ କମିଗଲା ସୁନା ଦର, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ସୁନାର ମୂଲ୍ୟ ଆଜି କମିଯାଇଛି। ସପ୍ତାହ ମଧ୍ୟରେ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ୭୭୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଛି। ଏତିସହ ୨୨ କ୍ୟାରେଟ୍ ସୁନା ଦରରେ ୭୦୦ ଟଙ୍କା ହ୍ରାସ ପାଇଛି।

ଏଥିସହ ଆଜି ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୧ ଗ୍ରାମ ପିଛା ୯ ହଜାର ୭୪୬ ଟଙ୍କ ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧ ଗ୍ରାମ ପିଛା ୮ ହଜାର ୯୩୫ ଟଙ୍କା ରହିଛି। ସେହିପରି ଆଜି ଏଠାରେ ୧୮ କ୍ୟାରେଟ୍ ସୁନା ଦର ୧ ଗ୍ରାମ ପିଛା ୭ ହଜାର ୩୧୧ ରହିଛି।

ଭୁବନେଶ୍ୱରରେ ସୁନା ଦର ଆଜି ଅପରିବର୍ତ୍ତିତ ରହିଛି। ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୯ ହଜାର ୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୩୧୦ ରହିଛି। ସେହିପରି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୭୨ ହଜାର ୯୯୦ ଟଙ୍କା ରହିଛି।