fbpx
BSKY SKY
BSKY SKY

ପିଏନବି ଦେଉଛି ଶସ୍ତାରେ ସୁନା କିଣିବାର ସୁଯୋଗ, ଜାଣନ୍ତୁ କଣ ରହିଛି ଏଥିରେ ଫାଇଦା

BSKY

ନୂଆଦିଲ୍ଲୀ, ୩ା୨: ଆପଣ ଶସ୍ତାରେ ସୁନା କିଣିବାକୁ ଚାହୁଁଛନ୍ତି କି ? ଦେଶର ଦ୍ୱିତୀୟ ବୃହତ୍ତମ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଏପରି ଏକ ସୁଯୋଗ ଆଣି ଦେଇଛି । ଏ ବିଷୟରେ ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ।

ସରକାରଙ୍କ ପକ୍ଷରୁ ସୋଭରିନ ଗୋଲ୍ଡ ବଣ୍ଡରେ ନିବେଶ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ସୁନା ଜନସାଧାରଣ ଚଳିତ ଫେବୃଆରୀ ମାସ ୧ ତାରିଖରୁ ୫ ତାରିଖ ମଧ୍ୟରେ କିଣି ନିବେଶ ପାରିବେ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ସୁନା ପ୍ରତି ଗ୍ରାମ ପିଛା ୪୯୧୨ ଟଙ୍କା ରଖାଯାଇଛି । ଏହା ସୋଭରିନ ଗୋଲ୍ଡ ବଣ୍ଡ ସ୍କିମ ୨୦୨୦-୨୧ର ୧୧ତମ ସିରିଜ ଅଟେ ।

Get real time updates directly on you device, subscribe now.