fbpx
BSKY
BJD YOUTH SKY
BJD MS SKY

ଇସ୍ତଫା ଦେଲେ ଆମାଜନ୍ ସିଇଓ ଜେଫ୍ ବେଜୋସ୍

ନୂଆଦିଲ୍ଲୀ, ୩ା୨: ଅନ୍ତଃରାଷ୍ଟ୍ରୀୟ ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ୍ ବେଜୋସ୍ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ସେ ନିଜ ପଦରେ ରହିବେ ବୋଲି ଜଣାପଡ଼ିଛି । ତେବେ ଆମାଜନ କମ୍ପାନୀ ପକ୍ଷରୁ ନୂଆ ସିଇଓ ଭାବେ ଏଣ୍ଡି ଜେସିଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।

ତେବେ ସିଇଓ ପଦରୁ ଇସ୍ତଫା ଦେବା ପରେ ବେଜୋସ୍ କମ୍ପାନୀ ତରଫରୁ ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ନିଯୁକ୍ତି ହେବେ ବୋଲି କୁହାଯାଇଛି । ଏନେଇ ବେଜୋସ୍ ଏକ ପତ୍ର ମାଧ୍ୟମରେ କମ୍ପାନୀର କର୍ମଚାରୀଙ୍କୁ ଅବଗତ କରିଛନ୍ତି । ନବନିଯୁକ୍ତ ସିଇଓ ଜେସି ସଂପ୍ରତି ଆମାଜନର ୱେବ୍ ସର୍ଭିସର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ସୂଚନାଯୋଗ୍ୟ ଯେ, ବେଜୋସ୍ ଆମାଜନର ଆରମ୍ଭ ଗୋଟିଏ ଷ୍ଟାଟଅପ୍ ଭାବେ ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ଏହା ବିଶ୍ୱର ଟପ୍ କମ୍ପାନୀ ହୋଇପାରିଛି । ବେଜୋସ୍ ଦୁନିଆର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇ ଆସୁଛନ୍ତି ।

Get real time updates directly on you device, subscribe now.