fbpx
BSKY SKY
BSKY SKY

ଟ୍ରକ୍ ଓଲଟି ଜଣେ ମୃତ, ୩ ଆହତ

BSKY

ନୟାଗଡ଼, ୩ା୨ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାର ଶିଖରପୁର ଗାଁରୁ ଭୁବନେଶ୍ୱର ଯାଉଥିବା ସମୟରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାର ଜଣଙ୍କର ମୃତ୍ୟୁ ଘଟିବାସହ ୩ ଆହତ ହୋଇଛନ୍ତି । ତେବେ ମୃତବ୍ୟକ୍ତିଙ୍କ ନାମ ଅଜୟ ସ୍ୱାଇଁ ବୋଲି ଜଣାପଡ଼ିଛି । ଅନ୍ୟ ୩ ଆହତଙ୍କୁ ଖଣ୍ଡପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ନୟାଗଡ଼ର ସୁନାମୁହିଁ ନିକଟରେ ଟ୍ରକଟି ଓଲଟି ପଡ଼ିଥିଲା । ତେବେ ଟ୍ରକରେ ଇଟା ବୋଝେଇ ହୋଇଥିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଇଛି ।

Get real time updates directly on you device, subscribe now.