fbpx

୨ ଦିନରେ ୧୭୦୦ ଟଙ୍କା ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ୧୦ ଗ୍ରାମକୁ ରହିଛି କେତେ ଟଙ୍କା?

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର । ଦୁଇ ଦିନ ମଧ୍ୟରେ ହ୍ରାସ ପାଇଛି ସୁନା ମୂଲ୍ୟ ୧୭୦୦ଟଙ୍କା । ଏଥିସହିତ ରୂପା ମୁଲ୍ୟରେ ୪,୦୦୦ ଟଙ୍କା ପର୍ୟ୍ୟନ୍ତ ହ୍ରାସ ଘଟିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ଅକ୍ଟୋବର ଫ୍ୟୁଚରରେ ସୁନା ମୂଲ୍ୟ ୧୦ ଗ୍ରାମରେ ୦.୩୭ ପ୍ରତିଶତ ବୃଦ୍ଧି ସହିତ କାରବାର କରୁଛି । ଶୁକ୍ରବାର ସୁନା ମୂଲ୍ୟ ୧୦ଗ୍ରାମ ପିଛା ୧୦୦୦ଟଙ୍କା ଏବଂ ରୂପା କିଲୋଗ୍ରାମରେ ୨୦୦୦ଟଙ୍କା ହ୍ରାସ ପାଇଥିବାବେଳେ ସୋମବାର ଦିନ ସେମାନେ ଯଥାକ୍ରମେ ୭୦୦ ଏବଂ ୨୨୫୦ ଟଙ୍କା ହ୍ରାସ ପାଇଥିଲା । ଏଥିସହ ସେପ୍ଟେମ୍ବର ଫ୍ୟୁଚର ରୂପା ଦର କିଲୋଗ୍ରାମ ପିଛା ୦.୮୪ ପ୍ରତିଶତ ବୃଦ୍ଧି ଘଟିଛି ।

ଆନ୍ତର୍ଜାତୀୟ ବଜାରରେ ସ୍ପଟ୍ ସୁନା ମୂଲ୍ୟ ୧,୭୩୦.୪୭ ଡଲାର ପ୍ରତି ମୂଲ୍ୟ ଥିଲା । ଅକ୍ଟୋବର ମାସର ଏମସିଏକ୍ସ ଉପରେ ଫ୍ୟୁଚର ସୁନା ୧୭୦ ଟଙ୍କା ବଢି ୧୦ଗ୍ରାମ ପ୍ରତି ୪୬, ୦୫୬ ଟଙ୍କା ବୃଦ୍ଧି ପାଇଛି । ଡଲାର ସୂଚକାଙ୍କ ଦୁଇ ସପ୍ତାହ ଉଚ୍ଚରେ ଥିଲା । ଯାହା ଅନ୍ୟ ମୁଦ୍ରା ଧାରକମାନଙ୍କ ପାଇଁ ସୁନାକୁ ମହଙ୍ଗା କରିଥିଲା ।

ସେହିପରି ଏମସିଏକ୍ସ ଉପରେ ସେପ୍ଟେମ୍ବରର ରୂପା ମୂଲ୍ୟ ୫୨୫ ଟଙ୍କା ବୃଦ୍ଧି ପାଇ ୬୩,୧୬୨ କିଲୋଗ୍ରାମରେ ପହଞ୍ଚିଛି । ଆନ୍ତର୍ଜାତୀୟ ବଜାରରେ ରୂପା ମୂଲ୍ୟ ୨୩.୪୩ ଡଲାର ଥିଲା । ପୂର୍ବ ଅଧିବେଶନରେ ରୂପା ମୂଲ୍ୟ ୮ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା ।

ବିଶ୍ୱର ସର୍ବବୃହତ ସୁନା ସମର୍ଥିତ ବିନିମୟ-ବାଣିଜ୍ୟ ପାଣ୍ଠିର ଏସପିଡିଆର ଗୋଲ୍ଡ ଟ୍ରଷ୍ଟର ହୋଲଡିଂ ଶୁକ୍ରବାର ଦିନ ୧,୦୨୫.୨୮ଟନରୁ ୦.୨ପ୍ରତିଶତ ହ୍ରାସ ପାଇ ୧,୦୨୩.୫୪ ଟନରେ ପହଞ୍ଚିଛି । ବିଶ୍ୱ ବଜାରରେ ସୁନା ଦର ଅନେକ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି ।

Get real time updates directly on you device, subscribe now.