fbpx

ଶ୍ରୀମନ୍ଦିରକୁ ଗଲା ସ୍ୱର୍ଣ୍ଣ ଅଳଙ୍କାର

Advertisement

ପୁରୀ,୮ ।୩(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଶ୍ରୀମନ୍ଦିରକୁ ଗଲା ସ୍ୱର୍ଣ୍ଣ ଅଳଙ୍କାର । ମହାପ୍ରଭୁଙ୍କ ପାଇଁ ଜଣେ ଦାତା ସ୍ୱର୍ଣ୍ଣ ଅଳଙ୍କାର ଦାନ କରିଥିଲେ । ପ୍ରାୟ ୪ କେଜି ୮୫୮ ଗ୍ରାମ ସୁନା, ୩ କେଜି ୮୭୬ ଗ୍ରାମ ରୁପା ମିଳିଥିଲା । ମିଳିଥିବା ସୁନାରେ ମହାପ୍ରଭୁଙ୍କ ସ୍ୱର୍ଣ୍ଣଅଳଙ୍କାର, ଝୋବା ଓ ଶ୍ରୀମୁଖ ପଦ୍ମ ଅଛି । ଏହା ସହ ମିଳିଥିବା ସୁନାରେ ଦେବୀ ସୁଭଦ୍ରାଙ୍କ ୨ଟି ଚଡକୀ, ୨ଟି ଝୋବା ରହିଛି । ସେହିପରି ସୁନାରେ ଶ୍ରୀବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ, ୨ଟି ଝୋବା ମଧ୍ୟ ରହିଛି । ସୁନାରେ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା ରହିଛି । ନାଜିର ଗୋଦାମରେ ଜଉମୁଦ ଦେଇ ଷ୍ଟ୍ରଙ୍ଗରୁମରେ ରଖାଯାଇଥିଲା । ଅଳଙ୍କାର ଶ୍ରୀମନ୍ଦିରକୁ ସ୍ଥାନାନ୍ତର ସହ ମହାପ୍ରଭୁଙ୍କ ଭଣ୍ଡାର ରଖାଯିବ ।

Get real time updates directly on you device, subscribe now.