ଶସ୍ତା ହୋଇଗଲା ସୁନା, କିଣିବାର ସୁବର୍ଣ୍ଣ ସୁଯୋଗକୁ କରନ୍ତୁନି ହାତଛଡ଼ା, ପୁଣି କେତେବେଳେ ବି ବଢିପାରେ

କମିଗଲା ସୁନା ଦର, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ

ନୂଆଦିଲ୍ଲୀ: ଗତ ମାସରେ ସୁନାର ମୂଲ୍ୟ ରେକର୍ଡ ଏକ ଲକ୍ଷ ଟଙ୍କାକୁ ଛୁଇଁବା ପରେ ଏଥିରେ ହ୍ରାସ ଦେଖିବାକୁ ମିଳୁଛି। ଏହାପରେ ଏଥିରେ ବୃଦ୍ଧି-ହ୍ରାସ ଲଗାତାର ଜାରି ରହିଛି। ବୁଧବାର ଦିନ ସୁନା ୧୦ ଗ୍ରାମ ପିଛା ୧୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘଟିଛି।

ମୁମ୍ବାଇରେ ୨୨ କ୍ୟାରେଟ ସୁନା ୮୯ ହଜାର ୩୫୦ ଟଙ୍କାରେ ବିକ୍ରି ହେଉଛି। ଏଥିସହ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୪୮୦ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇରେ ରୂପା ଦର କିଲୋଗ୍ରାମ ପିଛା ୧,୦୦,୦୦୦ ଟଙ୍କାରେ ବିକ୍ରି ହେଉଛି।

ଏମସିଏକ୍ସରେ ସୁନାର ମୂଲ୍ୟ ୦.୪୨ ପ୍ରତିଶତ ହ୍ରାସଘଟି ୧୦ ଗ୍ରାମ ପିଛା ୯୬ ହଜାର ୦୧୪ ଟଙ୍କାରେ କାରବାର ହେଉଛି। ଯେଉଁଥିରେ ରୂପା ଦର ୦.୦୪ ପ୍ରତିଶତ ବଢି କିଲୋଗ୍ରାମ ପିଛା ୯୮ ହଜାର ୦୯୦ ଟଙ୍କାରେ ବିକ୍ରି ହେଉଛି।

ଭୁବନେଶ୍ୱରରେ ସୁନା ଦର: ଆଜି ରାଜଧାନୀ ଭୁବନେଶ୍ୱରରେ ୨୨କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୯ ହଜାର ୩୫୦ ଟଙ୍କାରେ ବିକ୍ରି ହେଉଛି। ଏଥିସହ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୪୮୦ ଟଙ୍କା ରହିଛି। ଏହି ଦରର ଅପରିବର୍ତ୍ତିତ ରହିଛି।