ନୂଆଦିଲ୍ଲୀ: ଭାରତୀୟ ସରଫା ବଜାରରେ ଆଜି ଏପ୍ରିଲ ୧ରେ ସୁନା ଏବଂ ରୂପା ମହଙ୍ଗା ହୋଇଯାଇଛି । ମଜବୁତ ଗ୍ଲୋବାଲ ଟ୍ରେଡ ମଧ୍ୟରେ ଭାରତୀୟ ସରଫା ବଜାରରେ ଦଶ ଗ୍ରାମ ସୁନା ମହଙ୍ଗା ହୋଇ ୬୮,୪୨୦ ଟଙ୍କା ହୋଇଯାଇଛି । ଏକ କିଲୋ ରୂପା ଦର ମଧ୍ୟ ମଜବୁତ ହୋଇଯାଇ ବର୍ତ୍ତମାନ ଏହା ୭୮ ହଜାର ୫୭୦ ଟଙ୍କାରେ କାରବାର ହେଉଛି । ଏଚଡିଏଫସି ସିକ୍ୟୁରିଟୀଜ ଏହି ସୂଚନା ଜାରି କରିଛନ୍ତି ।
ଦିଲ୍ଲୀ ସରଫା ବଜାରରେ ସୋମବାର ଦିନ ସୁନା ମୂଲ୍ୟ ୧,୦୭୦ ଟଙ୍କା ବଢି ୬୮,୪୨୦ ଟଙ୍କା ପ୍ରତି ଗ୍ରାମ ପିଛା ଅଲ ଟାଇମ ହାଇରେ ପହଁଚିଛି । ଗତ କାରବାରରେ ସୁନା ୬୭ ହଜାର ୩୫୦ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ବନ୍ଦ ହୋଇଥିଲା ।
ସେହିଭଳି ରୂପା ମୂଲ୍ୟ ୧,୧୨୦ ଟଙ୍କା ବଢି କିଲୋଗ୍ରାମ ପିଛା ୭୮ ହଜାର ୫୭୦ ଟଙ୍କାରେ ପହଁଚିଛି । ଏଥିରେ ଗତ ବାଣିଜ୍ୟରେ କିଲୋଗ୍ରାମ ପିଛା ଏହା ୭୭ ହଜାର ୪୫୦ ଟଙ୍କାରେ ବନ୍ଦ ହୋଇଛି।