fbpx

ଅକ୍ଟୋବର ପହିଲାରୁ କମିବାରେ ଲାଗିଛି ସୁନା ମୂଲ୍ୟ : ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ରେଟ୍‌

ଭୁବନେଶ୍ୱର : ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର! ଗତ କିଛି ଦିନ ହେବ ସୁନାର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଆଜି ସୁନାର ମୂଲ୍ୟ ଆହୁରି କମିଛି । ତେବେ କିଣିବାକୁ ମନ ବଳାଇଥିଲେ, ତୁରନ୍ତ ଯାଇ କିଣି ଆଣନ୍ତୁ । ଆଜି ଭାରତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇ ୨୨ କ୍ୟାରେଟ ଦଶ ଗ୍ରାମ ପ୍ରତି ୫୨,୬୦୦ ଟଙ୍କା ରହିଛି ଏବଂ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୭,୩୮୦ ଟଙ୍କା ହୋଇଛି ।

ସେହିପରି ଓଡ଼ିଶାର ରାଜଧାନୀରେ ମଧ୍ୟ ସୁନାର ମୂଲ୍ୟ ୨୨ କ୍ୟାରେଟ ଦଶ ଗ୍ରାମ ପ୍ରତି ୫୨,୬୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ଦାମ ଦଶ ଗ୍ରାମ ପ୍ରତି ୫୭,୩୮୦ ଟଙ୍କା ରହିଛି । ଏହା ବ୍ୟତୀତ ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନାର ମୂଲ୍ୟ ହ୍ରାସ ପାଇଛି । ମୁମ୍ବାଇରେ ମଧ୍ୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୨,୬୦୦ଟଙ୍କା ଓ ୫୭,୩୮୦ ଟଙ୍କା ଥିବା ରେକର୍ଡ କରାଯାଇଥିବା ବେଳେ ନୂଆଦିଲ୍ଲୀରେ ଏହାର ଦର ଯଥାକ୍ରମେ ୫୨,୭୫୦ ଟଙ୍କା ଓ ୫୭,୫୩୦ ଟଙ୍କା ରହିଛି ବୋଲି ସୂଚନା ମିଳିଛି ।

ଅନ୍ୟପଟେ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ସୁନାର ମୂଲ୍ୟ ଯଥାକ୍ରମେ ୫୨,୬୦୦ ଟଙ୍କା ଓ ୫୭,୩୮୦ ଟଙ୍କା ରହିଛି । ସେହିଭଳି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ଏହାର ଦାମ ୨୨ କ୍ୟାରେଟ ଦଶ ଗ୍ରାମ ପ୍ରତି ୫୨,୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୫୭,୭୧୦ ଟଙ୍କା ଥିବା ରେକର୍ଡ କରାଯାଇଛି । ସୁନା ସହିତ ରୁପାର ମୂଲ୍ୟରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଆସିଛି । ଭାରତୀୟ ବଜାରରେ ରୁପାର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୧,୦୦୦ ଟଙ୍କା ରହିଛି ବୋଲି ରେକର୍ଡ କରାଯାଇଛି ।

Get real time updates directly on you device, subscribe now.