ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଲଗାତାର ସୁନା ବୃଦ୍ଧି ଘଟିବା ସହ ନୂଆ ରେକର୍ଡ ସୃଷ୍ଟି କରିଛି। ତେବେ ଏହାରି ମଧ୍ୟରେ ସୁନା ଦର କମିବ ବୋଲି ଆଶା କରାଯାଉନି। ତେବେ ସୁନା ମୂଲ୍ୟ ଚଳିତବର୍ଷ ସୁନା ଦର ୩୩ ପ୍ରତିଶତ ହୋଇଛି। ଏହାର ସବୁଠୁ ବଡ କାରଣ ହେଉଛି ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ବିପୁଳ ପରିମାଣରେ ସୁନା କିଣୁଛନ୍ତି। ଏହି ଦେଶ ଗୁଡିକ ହେଲେ ଭାରତ, ଚୀନ, ତୁର୍କୀ ଏବଂ ପୋଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ। ଏହା ୧୯୯୦ ଦଶକରୁ ସର୍ବୋଚ୍ଚ ସ୍ତର।
୨୦୨୪ରେ କେନ୍ଦ୍ରୀୟ ବ୍ୟାଙ୍କର ସୁନା ଭଣ୍ଡାରରେ ବହୁତ ବୃଦ୍ଧି ଘଟିଛି ଏବଂ ଗତ ଦଶନ୍ଧିରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଚୀନର ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁନାର ଅଂଶ ୫.୪ ପ୍ରତିଶତ ରହିଛି। ବିଶ୍ୱରେ ସୁନାର ସର୍ବାଧିକ ବ୍ୟବହାର ହେଉଛି ଚୀନରେ। ଯଦି ଆମ,େ ୨୦୨୨ ଏବଂ ୨୦୨୩ ମସିହା କଥା କହିବା ତେବେ ବିଶ୍ୱର ବ୍ୟାଙ୍କଗୁଡିକ ୧୦୦୦ଟନରୁ ଅଧିକ ସୁନା କିଣିଥିଲେ। ଏହାର କାରଣ ହେଉଛି ୟୁକ୍ରେନ ଯୁଦ୍ଧ ପରେ ପାଶ୍ଚାତ୍ୟ ଦେଶମାନେ ରୁଷର ସଂପତ୍ତି ଜବତ କରିଛନ୍ତି। ଏହି କରାଣରୁ ବିଶ୍ୱର ରାଷ୍ଟ୍ରଗୁଡିକ ବର୍ତ୍ତମାନ ବୈଦେଶିକ ମୁଦ୍ରା ଭଣ୍ଡାରରେ ଆମେରିକୀୟ ଡଲାରର ଅଂଶ ହ୍ରାସ କରୁଛନ୍ତି ଏବଂ ସୁନା ବୃଦ୍ଧି କରୁଛନ୍ତି।