ନୂଆଦିଲ୍ଲୀ: ନିକଟରେ ଦଶହରା, ଦିପାବଳୀ ଆଦି ପର୍ବ ସମାପ୍ତ ହୋଇଥିବା ବେଳେ ଆଗକୁ ଆସୁଛି ନୂଆବର୍ଷ । ବର୍ତ୍ତମାନ ଧୀରେଧୀରେ ଶୀତ ପଡ଼ୁଥିବା ବେଳେ ଲୋକମାନେ ନିଜ ନିଜ ମନ ପସନ୍ଦର ପର୍ଯ୍ୟଟନ ସ୍ଥଳକୁ ପିକନିକ କରିବାକୁ ଯାଉଛନ୍ତି । ତେବେ ଏହା ମଧ୍ୟରେ ସୁନା ରେଟ୍ ହ୍ରାସ ପାଇଛି । ୨୪ ଘଣ୍ଟା ମଧ୍ୟରେ ସୁନା ରେଟ୍ ୧୩୦୦ ଟଙ୍କା ହ୍ରାସ ପାଇଛି ।
ସୂଚନା ମୁତାବକ, ଗତ ୧୭ ତାରିଖ ଦିନ ସୁନା ରେଟ୍ ୬୦,୭୧୩ ଟଙ୍କା ରହିଥିବା ବେଳେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବନ୍ଦ ହୋଇଥିଲା । ଏଥିସହିତ ସେହିଦିନି ଦଶ ଗ୍ରାମ ସୁନା ଦର ପୁଣି ଥରେ ୬୧ ହଜାର ଟଙ୍କା ସ୍ତରକୁ ଖସିଥିଲା । ସେହିପରି ୧୬ ତାରିଖ ଦିନ ସୁନା ଦର ୬୧,୯୧୪ ଟଙ୍କା ଉପରେ ରହିଥିଲା । ଅର୍ଥାତ ସୁନା ଦର ଲାଇଫ୍ ଟାଇମ୍ ଉଚ୍ଚ ଦରରୁ ୧୨ ଶହ ଟଙ୍କା ହ୍ରାସ ଘଟିଥିଲା ।
ଦିପାବଳୀ ସ୍ପେଶାଲ ଟ୍ରେଡିଂ ସମାପ୍ତ ହେବାର ୪ ଦିନ ପରେ ସୁନା ରେଟ୍ ରକେଟ୍ ଗତିରେ ବୃଦ୍ଧି ପାଇଁ ୬୧,୯୧୪ ଟଙ୍କାରେ ପହଞ୍ଚିଥିଲା । ତା’ ପରେ ୨୪ ଘଣ୍ଟା ମଧ୍ୟରେ ୧୬ ତାରିଖ ଦିନ ଏହି ଦର ୧୩୦୦ ଟଙ୍କା ହ୍ରାସ ପାଇଥିଲା । ଫେଡ ପକ୍ଷରୁ ସୁଧ ହାରରେ ବୃଦ୍ଧି କାରଣରୁ ଏହି ସଙ୍କେତ ଦେଖିବାକୁ ମିଳିଥିଲା । ସପ୍ତାହ ସରିବା ପରେ ସୁନା ଦାମ୍ ପୁଣି ଥରେ ୬୧ ହଜାର ତଳକୁ ଚାଲିଆସିଥିଲା ।
୧୬ ତାରିଖରେ ସୁନା ଦର ୬୧,୯୦୦ ଉପର ସ୍ତରରେ ରହିଥିବା ବେଳେ ୨୪ ଘଣ୍ଟା ପରେ ୧୩ ଟଙ୍କା ହ୍ରାସ ପରିଲକ୍ଷିତ ହୋଇଥିଲା । ୧୭ ତାରିଖ ଦିନ କାରବାର ସମୟରେ ସୁନା ଦର ୬୦,୬୩୩ ଟଙ୍କା ସହିତ ତଳ ସ୍ତରକୁ ଚାଲିଆସିଥିଲା । ତେଣୁ ଏପରି ସ୍ଥିତିରେ ଆପଣମାନେ ଚାହିଁଲେ ଶସ୍ତାରେ ସୁନା କିଣିପାରିବେ ।