ନୂଆଦିଲ୍ଲୀ: ସୁନା ମୂଲ୍ୟ ଗୁରୁବାର ଦିନ ହ୍ରାସ ପାଇଛି । ଫ୍ୟୁଚର ବଜାରରେ ସୁନା ରେଡ୍ ଟାର୍ଗେଟରେ ଟ୍ରେଣ୍ଡ କରିବା ଦେଖିବାକୁ ମିଳିଛି । ଏମସିଏକ୍ସ ଏକ୍ସଚେଞ୍ଜରେ ଗୁରୁବାର ୫ ଫେବୃଆରୀ ୨୦୨୫ର ଡେଲିଭରୀ ସୁନା ୦.୩୧ ପ୍ରତିଶତ ବା ୨୩୬ ଟଙ୍କା ହ୍ରାସ ପାଇବା ସହ, ୧୦ ଗ୍ରାମ ପିଛା ୭୬ ହଜାର ୨୮୦ ଟଙ୍କାରେ ଟ୍ରେଣ୍ଡ କରିବା ଦେଖିବାକୁ ମିଳିଛି । ସେହିପରି, ୫ ଡିସେମ୍ବର ୨୦୨୪ର ଡେଲିଭରୀ ସୁନା ୦.୩୭ ପ୍ରତିଶତ ବା ୨୮୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୭୫ ହଜାର ୪୮୦ ଟଙ୍କା ଟ୍ରେଣ୍ଡ କରିବା ଦେଖିବାକୁ ମିଳିଛି ।
ଘରୋଇ ବଜାର ସହ ବିଶ୍ୱ ବଜାରରେ ମଧ୍ୟ ସୁନା ଦରରେ ଆଜି ହ୍ରାସ ଦେଖିବାକୁ ମିଳିଛି । କମେକ୍ସରେ ସୁବାର ବିଶ୍ୱ ମୂଲ୍ୟ ୦.୪୧ ପ୍ରତିଶତ ଅର୍ଥାତ ୧୧ ଡଲାରର ହ୍ରାସ ସହ ପ୍ରତି ଓନ୍ସ ପିଛା ୨୬୫୩.୮୦ ଡଲାର ଟ୍ରେଣ୍ଟ କରିବା ଦେଖିବାକୁ ମିଳିଛି । ସେହିପରି ଗୋଲ୍ଡ ସ୍ପଟ ୦.୨୩ପ୍ରତିଶତ ଅର୍ଥାତ ୬.୦୫ ଡଲାରର ହ୍ରାସ ସହ ୨,୬୨୯.୯୭ରେ ଟ୍ରେଣ୍ଡ କରିବା ଦେଖିବାକୁ ମିଳିଛି ।