ଅଲଟାଇମ ହାଇରେ ସୁନା-ରୂପା, ୨୮୦୦ ଟଙ୍କା ବଢିଲା ସିଲଭର ମୂଲ୍ୟ, ଜାଣନ୍ତୁ କେତେ ରହିଛି ଗୋଲ୍ଡ ଦର

ନୂଆଦିଲ୍ଲୀ: ସୁନା-ରୂପା ଦର ଅଲଟାଇମ ହାଇକୁ ଆସିସାରିଛି ଏବଂ ଏମସିଏକ୍ସରେ ସୁନା ୪୫୦ ଟଙ୍କା ବଢି ୧୦ ଗ୍ରାମ ପିଛା ୭୮ ହଜାର ୧୭୦ ଟଙ୍କାରେ ପହଞ୍ଚିଛି। ଏହା ଏମସିଏକ୍ସରେ ସବୁଠୁ ଉଚ୍ଚତମ ସ୍ତରରେ ରହିଛି। ରୂପା ଦରରେ ମଧ୍ୟ ବୃଦ୍ଧି ଘଟିଛି, ଏଥିରେ କିଲୋଗ୍ରାମ ପିଛା ୨୮୦୦ ଟଙ୍କା ବୃଦ୍ଧି ଘଟିଛି। ଏମସିଏକ୍ସରେ ରୂପା ଦର ୨୮୦୦ ଟଙ୍କା ବୃଦ୍ଧି ସହ ରେକର୍ଡ ହାଇରେ ଆସିଯାଇଛି।

ସୁନା ମୂଲ୍ୟରେ ଲଗାତାର ରେକର୍ଡ ସୃଷ୍ଟି ହେଉଛି। ଆଜି ସୁନା ଏବଂ ରୂପା ଦର ଉପରକୁ ଯାଉଛି କାରଣ ଶୁକ୍ରବାରରେ ସୁନା ଅଲଟାଇମ ହାଇରେ କ୍ଲୋଜିଙ୍ଗ ହୋଇଥିଲା। ଫେଷ୍ଟିଭ ସିଜନରେ ସୁନା-ରୂପାର କିଣାବିକା ପାଇଁ ଲୋକଙ୍କୁ ଅନେକ ଥର ଭାବିବାକୁ ଆବଶ୍ୟକତା ପଡିପାରେ, କାରଣ ଏହି ମୂଲ୍ୟ ମେଟାଲ୍ସର ରେଟ ଆକାଶ ଛୁଇଁପାରେ। ସୁନାରେ ଲଗାତାର ବୃଦ୍ଧି ଡିମାଣ୍ଡର ଫାଇଦା ମିଳିପାରେ ଏବଂ ଏଥିସହ ଅନ୍ତର୍ଜାତୀୟ ଗୋଲ୍ଡ-ସିଲଭରର ରେଟ ମଧ୍ୟ ଉଚ୍ଚ ସ୍ତରକୁ ଛୁଇଁବାରେ ଲାଗିଛି।

ଯଦି ଆମେ ସୁନା ଦରର ଏକ ବର୍ଷର ସ୍ତରକୁ ଦେଖିବା, ତେବେ ସୁନା ୨୯ ପ୍ରତିଶତ ରିଟର୍ଣ୍ଣ ଦେଇଛି। ଚଳିତ ବର୍ଷ, ଅକ୍ଟୋବର ୧୫, ୨୦୨୪ ପର୍ଯ୍ୟନ୍ତ, ଏହାର ନିବେଶକମାନେ ୨୧ ପ୍ରତିଶତ ସୁନାରେ ରିଟର୍ଣ୍ଣ ପାଇଛନ୍ତି।

Get real time updates directly on you device, subscribe now.