fbpx

୪ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା- ରୂପା ଅଳଙ୍କାର, ୧୦ଟି FD…., ଜାଣନ୍ତୁ କଂଗ୍ରେସର ବରିଷ୍ଠ ନେତା ଭୁପିନ୍ଦର ସିଂ କେତେ ସମ୍ପତ୍ତିର ମାଲିକ ?

ନୂଆଦିଲ୍ଲୀ: ହରିୟାଣାର ଦୁଇ ଥର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭୁପିନ୍ଦର ସିଂ ହୁଡା ବୁଧବାର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ସମୟରେ ସେ ତାଙ୍କ ମୋଟ୍ ସମ୍ପତ୍ତିର ବିରରଣୀ ନିର୍ବାଚନ ଆୟୋଗ ଅଧିକାରୀଙ୍କ ନିକଟରେ ଏକ ଆଫିଡେଭିଟ୍ ମାଧ୍ୟମରେ ଦାଖଲ କରିଥିଲେ । ତେବେ ଏହି ନାମାଙ୍କନ ଦାଖଲ କରିବା ସମୟରେ ସେ ସାଧାରଣଙ୍କ ଜନତାଙ୍କୁ କୃତଜ୍ଞତା ଜଣାଇ କହିଥିଲେ, ‘ମୁଁ ଆଜି ଯାହା ବି ଅଛି ସବୁ ଆପଣଙ୍କ ଆର୍ଶୀବାଦ ପାଇଁ ।’

ବରିଷ୍ଠ କଂଗ୍ରେସ ନେତା ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ଭୁପିନ୍ଦର ଗାଢ଼ି ସାମ୍ପଲା କିଲୋଇ ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିଥିଲେ । ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଥିବା ଆଫିଡେଭିଟ୍ ଅନୁଯାୟୀ ୭୭ ବର୍ଷୀୟ ହୁଡା ଏବଂ ତାଙ୍କ ପତ୍ନୀଙ୍କ ପାଖରେ ମୋଟ୍ ୨୬ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତି ରହିଛି । ହୁଡାଙ୍କ ନିକଟରେ ପ୍ରାୟ ୪.୫୨ ଲକ୍ଷ ଟଙ୍କାର ନଗଦ ରାଶି ଥିବା ବେଳେ ତାଙ୍କ ପତ୍ନୀଙ୍କ ପାଖରେ ୩.୭୦ ନଗଦ ରାଶି ରହିଛି । ହୁଡାଙ୍କ ପାଖରେ ୧୮୫୦ ଗ୍ରାମ ସୁନା, ୨୫ କିଲୋ ଚାନ୍ଦି ଏବଂ ପତ୍ନୀଙ୍କ ପାଖରେ ୩୩୦୦ ଗ୍ରାମ ସୁନା ଏବଂ ୧୦ କେଜି ଚାନ୍ଦି ଅଳଙ୍କାର ରହିଛି । ଏହି ସୁନା ଚାନ୍ଦି ଅଳଙ୍କାରର ମୂଲ୍ୟ ୪ କୋଟିରୁ ଉର୍ଦ୍ଧ୍ୱ ହେବ । ଏହା ବ୍ୟତୀତ ହୁଡାଙ୍କ ନାଁରେ ଏକ ରିଭଲଭର(୫୦ ହଜାର ଟଙ୍କା), ଏକ ରାଇଫେଲ ବନ୍ଧୁକ(୫୦ ହଜାର ଟଙ୍କା) ଏବଂ ଏକ ପିସ୍ତଲ(୫୦ ହଜାର ଟଙ୍କା) ରହିଛି । ସେହିପରି ହୁଡା କରିଥିବା ଇନଭେଷ୍ଟମେଣ୍ଟରେ ୧୦ଟି FD ରହିଛି ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା । ଭୁପିନ୍ଦର ସଂଙ୍କ PPF ଆକାଉଣ୍ଟରେ ୧୦.୬୦ ଲକ୍ଷ ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ପିପିଏଫ୍ ଆକାଉଣ୍ଟରେ ୧୭.୮୧ ଲକ୍ଷ ଟଙ୍କା ରହିଛି । ତାଙ୍କ ପାଖରେ ୩.୪୬ କୋଟି ଟଙ୍କାର ସ୍ଥାବର ଏବଂ ୭.୨୯ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ସେହିପରି ନେଟ୍‌ୱର୍ଥ ମାମଲାରେ ତାଙ୍କ ପତ୍ନୀ ହୁଡାଙ୍କ ଠାରୁ ଅଧିକ ଧନି । ତାଙ୍କ ପାଖରେ ୩.୭୪ କୋଟି ଟଙ୍କାର ସ୍ଥାବର ଏବଂ ୧୧.୯୯ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । କହିରଖୁଛୁ ୨୦୨୯ରେ ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୧୫.୬୬ କୋଟି ଟଙ୍କା ରହିଥିଲା ।

Get real time updates directly on you device, subscribe now.