fbpx

ଜାଣନ୍ତୁ କାହାକୁ ନିଜ ବାୟୋପିକରେ ଦେଖିବାକୁ ପସନ୍ଦ କରିବେ ଗୋଲ୍ଡେନ୍ ବୟ୍ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ସ୍ୱର୍ଣ୍ଣ ପଦକ ଜିତି ଭାରତର ଛାତି ଚଉଡ଼ା କରିଥିବା ନୀରଜ ଚୋପ୍ରା ଏବେ ଚର୍ଚ୍ଚାରେ ରହିଛନ୍ତି । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ସବୁଆଡ଼ୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବରିଷ୍ଠ ଅଧିକାରୀ ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ କୋଟି କୋଟି ଟଙ୍କା ପୁରସ୍କାର ପାଇଛନ୍ତି ନୀରଜ । ତେବେ ସୁନା ପୁଅ ସୁନା ଜିତିବା ପରେ ତାଙ୍କ ସମ୍ପର୍କରେ ଲୋକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ।

ଏହି ଆଧାରରେ ଜଣାପଡ଼ିଛି ଯେ, ନୀରଜଙ୍କୁ ବଲିଉଡ୍ ର ଦୁଇ ଜଣ ଅଭିନେତା ଖୁବ୍ ପସନ୍ଦ । ଏହାସହ ଯଦି ଭବିଷ୍ୟତରେ ତାଙ୍କ ବାୟୋପିକ୍ ରେ ଯଦି କାହାକୁ ଦେଖିବାକୁ ଚାହିଁବେ ତାହେଲେ ଏହି ଦୁଇ ଅଭିନେତାଙ୍କୁ ସେ ତାଙ୍କ ଭୂମିକା ନିଭାଉଥିବା ଦେଖିବାକୁ ଇଚ୍ଛା ରଖିଛନ୍ତି । ଆଉ ଯଦି ବଲିଉଡ୍ ଇଣ୍ଡଷ୍ଟ୍ରୀ କଥା କହିବା ତେବେ ବାୟୋପିକ୍ ସିନେମା ଖୁବ୍ ଖ୍ୟାତି ଲାଭ କରୁଛି ।

ବଲିଉଡ୍ ସେଲେବ୍ ମାନେ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଭୁମିକାରେ ନଜର ଆସିଛନ୍ତି ଏବଂ ସେମାନଙ୍କ ସମ୍ପର୍କରେ ଲୋକ ମାନଙ୍କୁ ଅବଗତ କରାଉଛନ୍ତି । ସେହିପରି ଭାରତକୁ ଐତିହାସିକ ବିଜୟ ଦେଇଥିବା ନୀରଜଙ୍କ ଭୁମିକା ପାଇଁ ବି ବଲିଉଡ୍ ସିତାରା ମାନେ ଅଣ୍ଟା ଭିଡିସାରିଥିବେ ନିଶ୍ଚୟ ।

ଏବେ ନୀରଜଙ୍କ କିଛି ପୁରୂଣା ଇଣ୍ଟରଭିୟୁ ଖୁବ୍ ଭାଇରାଲ୍ ହେଉଛି । ୨୦୧୮ରେ ଏକ ଇଣ୍ଟରଭିୟୁରେ ତାଙ୍କୁ ପଚରା ଯାଇଥିଲା ଜାଭଲିନ୍ ରେ ଯଦି ଫିଲ୍ମ କରାଯିବ ତାହେଲେ କେଉଁ ଅଭିନେତା ଖୁବ୍ ନିଭେଇପାରିବେ? ଏଥିରେ ନୀରଜ ଉତ୍ତର ଦେଇଥିଲେ, “ଯଦି ଏପରି ହେବ ତାହେଲେ ତ ବହୁତ ଭଲ । ହରିୟାଣାର ରଣଦୀପ ହୁଡ୍ଡା ଖୁବ୍ ପସନ୍ଦ । ତାଙ୍କ ବ୍ୟତୀତ ଅକ୍ଷୟ କୁମାର ମଧ୍ୟ ବହୁତ୍ ଭଲ ଲାଗନ୍ତି” । ତେବେ ସୂଚନା ଥାଉ ଯେ, ନୀରଜ ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ଏହି ଦଉି କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Get real time updates directly on you device, subscribe now.