fbpx

ସେଟରେ ବନ୍ଧୁକ ନେଇ ପହଞ୍ଚିଲେ ସନି ଲିଓନି, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସନି ଲିଓନି ଆଜିକାଲି ତାଙ୍କ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ସହ ସେ ଅନେକ ମଜାଦାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ସୁଟିଂ ଅବସରରେ ସନି ନିଜର ଖାଲି ସମୟରେ କ୍ରୁ ସଦସ୍ୟଙ୍କ ସହ ବହୁତ ମସ୍ତି କରନ୍ତି ଓ ତାଙ୍କ ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ନିକଟରେ ସନି ଲିଓନିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି, ଯେଉଁଥିରେ ସେ ଅଭିମାନ କରିଥିବା ନଜର ଆସିଛନ୍ତି ।

 

View this post on Instagram

 

A post shared by Sunny Leone (@sunnyleone)

 

ତେବେ ସୁଟିଂ ସମୟରେ ତାଙ୍କ ସହଯୋଗୀମାନେ ଖାଦ୍ୟ ଖାଉଛନ୍ତି କିନ୍ତୁ ସନିଙ୍କୁ ଖାଇବାକୁ ଅଫର୍ ଦେଉନାହାନ୍ତି । ଏସବୁ ଦେଖି ସନି ରାଗରେ ସେଠାରେ ବନ୍ଧୁକ ଧରି ପହଞ୍ଚିଛନ୍ତି । ସନି ଏହି ଭିଡିଓରେ କହିଛନ୍ତି ଯେ, ‘ସୁଟିଂ ପରେ ଏମାନେ ଖାଇବା ମଗାଇ ଖାଉଛନ୍ତି, କିନ୍ତୁ ମୋତେ ଅଫର୍ ବି କରୁନାହାନ୍ତି । ଦେଖନ୍ତୁ ମୋତେ କେତେ ସହିବାକୁ ପଡୁଛି ।’ ସନିଙ୍କର ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି ଏବଂ ଏହା ଉପରେ କମେଣ୍ଟ କରି ନିଜର ପ୍ରତିକ୍ରିୟା ଦେଉଥିବାର ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.