fbpx

ସୁବର୍ଣ୍ଣ ସୁଯୋଗ ; ଶସ୍ତାରେ ମିଳିବ ୨୪ କ୍ୟାରେଟ୍ ସୁନା , ମାର୍ଚ୍ଚ ୬ରେ ସରକାର ଦେବେ ରିହାତି

ନୂଆଦିଲ୍ଲୀ : ଯଦି ଆପଣ ଶସ୍ତା ମୂଲ୍ୟରେ ସୁନା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଖବର ଆପଣଙ୍କୁ ଖୁସୀ ଦେଇପାରେ । କମ୍ ମୂଲ୍ୟରେ ୨୪ କ୍ୟାରେଟ୍ ଶୁଦ୍ଧ ସୁନା କିଣିବାର ସୁଯୋଗ ମିଳୁଛି । ଖୋଦ୍ ସରକାର ଏହି ରିହାତି ପ୍ରଦାନ କରୁଛନ୍ତି ।

ବାସ୍ତବରେ, ରିଜର୍ଭ ବ୍ୟାଙ୍କ ସରକାରୀ ଗୋଲ୍ଡ ବଣ୍ଡ (ଏସଜିବି) ଯୋଜନା ୬ ମାର୍ଚ୍ଚରୁ ଆରମ୍ଭ କରିବାକୁ ଯାଉଛି। ପାଞ୍ଚ ଦିନ ପାଇଁ ଏହି ସୁବର୍ଣ୍ଣ ସୁଯୋଜ ରହିବ । ଯେଉଁଥିରେ ନିବେଶକମାନେ ସୋମବାରଠାରୁ ପୁନର୍ବାର ବିନିଯୋଗ କରି ଶସ୍ତା ସୁନା କିଣିବାକୁ ସକ୍ଷମ ହେବେ ।

ସୁନାର ମୂଲ୍ୟ କେତେ?
ଏହି ବଣ୍ଡରେ ସୁନା ମୂଲ୍ୟ ଗ୍ରାମ ପିଛା ୫,୬୧୧ ଟଙ୍କା ଧାର‌୍ୟ୍ୟ କରାଯାଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶୁକ୍ରବାର ଦିନ ଏକ ବିବୃତ୍ତିରେ କହିଛି ଯେ ୨୦୨୨-୨୩ ର ଚତୁର୍ଥ ସିରିଜ୍ ଅନ୍ତର୍ଗତ ଗୋଲ୍ଡ ବଣ୍ଡ ସ୍କିମ୍ ମାର୍ଚ୍ଚ ୬ ରୁ ମାର୍ଚ୍ଚ ୧୦ ପର‌୍ୟ୍ୟନ୍ତ କ୍ରୟ ପାଇଁ ଉପଲବ୍ଧ ହେବ। ଏଥିପାଇଁ ସୁନା ମୂଲ୍ୟ ଗ୍ରାମ ପିଛା ୫,୬୧୧ ଟଙ୍କା ରଖାଯାଇଛି।

ଏହି ଗ୍ରାହକମାନଙ୍କୁ ରିହାତି ମିଳିବ
ଅନଲାଇନ୍ କିମ୍ବା ଡିଜିଟାଲ୍ ମାଧ୍ୟମରେ ସୁନା ବଣ୍ଡ ପାଇଁ ଆବେଦନ କରୁଥିବା ନିବେଶକଙ୍କ ପାଇଁ ସୁନା ମୂଲ୍ୟ ଗ୍ରାମ ପିଛା ୫୦ ଟଙ୍କା କମ୍ ହେବ। ଏହିପରି ନିବେଶକଙ୍କ ପାଇଁ ସୁନା ବଣ୍ଡର ସୁନା ମୂଲ୍ୟ ହେଉଛି ଗ୍ରାମ ପିଛା ୫,୫୬୧ ଟଙ୍କା। କେନ୍ଦ୍ରୀୟ ବ୍ୟାଙ୍କ ପ୍ରକୃତରେ ଭାରତ ସରକାରଙ୍କ ତରଫରୁ ସୁନା ବଣ୍ଡ ଜାରି କରିଥାଏ। ସୁନା କିଣିବା ପାଇଁ ସର୍ବାଧିକ

କେତେ କିଣି ପାରିବେ?
ଜଣେ ବ୍ୟକ୍ତିଙ୍କ ବିତ୍ତବର୍ଷରେ ସର୍ବାଧିକ ୪ କିଲୋଗ୍ରାମ ସୁନା କିଣି ପାରିବ । ସେହିଭଳି ଟ୍ରଷ୍ଟ ଏବଂ ଟ୍ରଷ୍ଟ ଭଳି ଅନ୍ୟ କୌଣସି ସଂସ୍ଥା ପାଇଁ ୨୦ କିଲୋଗ୍ରାମ ରହିଛି । ସୁନା ଭୌତିକ ଚାହିଦାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପ୍ରଥମେ ନଭେମ୍ବର ୨୦୧୫ ରେ ସୁନା ବଣ୍ଡ ସ୍କିମ୍ ଆରମ୍ଭ କରାଯାଇଥିଲା ।

Get real time updates directly on you device, subscribe now.