fbpx

AIIMS ରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ: ବାହାରିଲା ବମ୍ପର ନିଯୁକ୍ତି , ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ମେଡିକାଲ କ୍ଷେତ୍ରରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସିଖବର । ଅଲ ଇଣ୍ଡିଆ ମେଡିକାଲ ସାଇନ୍ସ, ଋିଷିକେଶ(AIIMS) ରେ ଚାକିରି କରିବାର ଆସିଛି ସୁବର୍ଣ୍ଣ ସୁଯୋଗ। ଋିଷିକେଶ ସ୍ଥିତ ଏମ୍ସରେ କ୍ଲିନିକାଲ ଇନଷ୍ଟ୍ରକ୍ଟର ପଦବୀ ପାଇଁ ଖାଲିପଡିଛି ଅନେକ ପଦବୀ। ଏଥିପାଇଁ ନୋଟିଫିକେସନ ଜାରି ହୋଇଛି। ଯୋଗ୍ୟ ଏବଂ ଇଚ୍ଛକ ପ୍ରାର୍ଥୀ ଏମ୍ସ ଋିଷିକେଶର ଅଫିସିଆଲ ୱେବସାଇଟ୍‌ aiimsrishikesh.edu.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ପଦବୀ 

ଏମ୍ସ ଟ୍ୟୁଟର ବା କ୍ଲିନିକାଲ ଇନଷ୍ଟ୍ରକ୍ଟର(ନର୍ସିଂ) : ୩୩

ସାଧାରଣ ବର୍ଗ : ୧୫

ଓବିସି: ୮

ଅନୁସୂଚିତ ଜାତି: ୫

ଅନୁସୂଚିତ ଜନଜାତି: ୧

EWS : ୩

ଜରୁରୀ ତାରିଖ :

ଆବେଦନ କରିବାର ତାରିଖ ୧ ସେପ୍ଟେମ୍ବର ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ ଶେଷ ୧୫ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିବେ।

ବୟସ ସୀମା :

ଆବେଦନ କରିବାର ସର୍ବାଧିକ ବୟସ ୫୦ ବର୍ଷ ନିର୍ଦ୍ଧାରିତ କରାଯାଇଛି।

ଦରମା :

ଏମ୍ସ ଋିଷିକେଶ ପକ୍ଷରୁ ଜାରି ହୋଇଥିବା ନୋଟିଫିକେସନ ମୁତାବକ, ଏମ୍ସ ଟ୍ୟୁଟର ବା କ୍ଲିନିକାଲ ଇନଷ୍ଟ୍ରକ୍ଟର (ନର୍ସିଂ) ପଦ ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ୭ମ ବେତନ କମିଶନ ଅଧିନରେ ଦରମା ମିଳିବ। ୭ମ ବେତନ ଆୟୋଗ ଅଧିନରେ ଲେବଲ –୧୦ ଗ୍ରେଡ ପେ୍‌ ୫୪୦୦ ଟଙ୍କା ସହିତ ପ୍ରତିମାସକୁ ୧୫,୬୦୦ରୁ ୩୯,୧୦୦ ଟଙ୍କା ଦରମା ମିଳିବ।

ଶିକ୍ଷାଗତ ଯୋଗ୍ୟତା :

ଟ୍ୟୁଟର ବା କ୍ଲିନିକାଲ ଇନଷ୍ଟ୍ରକ୍ଟର (ନର୍ସିଂ) ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ୟୁନିଭିରସିଟିର ବିଏସସି ନର୍ସିଂ ଡିଗ୍ରୀ କରିଥିବା ଜରୁରୀ। ଏହାସହିତ କୌଣସି ଶିକ୍ଷା ସଂସ୍ଥାରୁ ୩ ବର୍ଷର ଅନୁଭୂତି ଦରକାର।

ଆବେଦନ ଶୁଳ୍କ :

ଏହି ପଦବୀ ପାଇଁ ଅଣସଂରକ୍ଷିତ, ଓବିସି, EWS ପ୍ରାର୍ଥୀ ୨୦୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ। ସେହିପରି ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ ୧୦୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ। ତେବେPWD ପ୍ରାର୍ଥୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

କେମିତି କରିବେ ଆବେଦନ :

– ଏହି ପଦବୀରେ ଆବେଦନ କରିବା ପାଇଁ ଋିଷିକେଶ ଏମ୍ସର ଅଫିସିଆଲ ୱେବସାଇଟ୍‌ aiimsrishikesh.edu.in କୁ ଯାଆନ୍ତୁ।

– ତା’ ପରେ ଜବ୍‌ ଟାବରେ କ୍ଲିକ କରି ପୁଣି ନ୍ୟୁ ଜବ୍‌ ସେକ୍ସନରେ କ୍ଲିକ କରନ୍ତୁ।

– ଏହାପରେ http://tutor.aiimsrishikesh.in/ କ୍ଲିକ କରନ୍ତୁ।

– ନୂଆ ଟାବ ଖୋଲିବା ପରେ ନ୍ୟୁ ରେଜିଷ୍ଟ୍ରସନରେ କ୍ଲିକ କରି ଆପ୍ଲିକେସନ ଫର୍ମ ପୂରଣ କରନ୍ତୁ।

– ଫର୍ମ ପୂରଣ କରିବା ପରେ ଆବେଦନ ଶୁଳ୍କ ଜମା କରି ଫର୍ମର ପ୍ରିଣ୍ଟ ଆଉଟ କାଢି ରଖନ୍ତୁ।

Get real time updates directly on you device, subscribe now.