fbpx

ହାଇକୋଲେଷ୍ଟ୍ରଲ କାରଣରୁ ହାତରେ ହୋଇଥାଏ ଏହି ସମସ୍ୟା: ଅଣଦେଖା କରିଲେ ଯାଇପାରେ ଜୀବନ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଶୈଳୀ ଏବଂ ଖରାପ ଖାଦ୍ୟଅଭ୍ୟାସ କାରଣରୁ ଅନେକ ସମସ୍ୟା ଦେଖାଦେଇଥାଏ । ଯେଉଁ କାରଣ ରୁ ଆମେ ଅନେକ ସମୟରେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି । ତେବେ ଖାଇବା ପିଇବାରେ ବାରମ୍ବାର ଅବହେଳା କରିବା ଦ୍ୱାରା ହାଇ ବ୍ଲଡ ପ୍ରେଶର, ହାର୍ଟ ଆଟାକ୍, ଏବଂ ମଧୁମେୟ ପରି ସମସ୍ୟା ଦେଖା ଦେଇଥାଏ । ଏଥିସହିତ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ମଧ୍ୟ ବଢିଯାଇଥାଏ । ଯାହାଫଳରେ ଆମ ଶରୀରରେ ଅନେକ ପ୍ରକାର ରୋଗ ହେବାର ଆଶଙ୍କା ରହିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ହାଇ କୋଲେଷ୍ଟ୍ରଲ୍ କଣ ଏବଂ ଏହାକୁ କିପରି ଜାଣିବା ।

ହାଇ କୋଲେଷ୍ଟ୍ରଲ: ହାଇ କୋଲେଷ୍ଟ୍ରଲ ରକ୍ତ ବାହିକାକୁ ଅଟକାଇବାରେ ସାହାଯ୍ୟ କରିଥାଏ । ଯାହା ଦ୍ୱାରା ରକ୍ତ ସଠିକ୍ ଭାବରେ ହୃଦୟ ଏବଂ ଶରୀରର ଅନ୍ୟ ସ୍ଥାନକୁ ପ୍ରବାହିତ ହେବାରେ ଅସୁବିଧା ହୋଇଥାଏ । ଯେଉଁ କାରଣରୁ ଉଚ୍ଚ ରକ୍ତଚାପ ଏବଂ ମଧୁମେୟ ପରି ସମସ୍ୟା ଦେଖାଦେଇଥାଏ । ଏଥିସହିତ ଶରୀରରେ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।
ହାଇ କୋଲେଷ୍ଟ୍ରଲ କାରଣରୁ ହାତରେ ଦେଖାଦେଇଥାଏ ଏହି ସମସ୍ୟା: ହାଇ କୋଲେଷ୍ଟ୍ରଲ କାରଣରୁ ହୃଦୟକୁ ଠିକ୍ ଭାବରେ ରକ୍ତ ସଞ୍ଚାଳନ ହୋଇପାରି ନଥାଏ । ଯେଉଁ କାରଣରୁ ହାତରେ ରକ୍ତ ଅଭାବ ଦେଖାଦେଇଥାଏ । ଯାହାଫଳରେ ହାତରେ ଦରଜ ଅନୁଭୂତ ହୋଇଥାଏ । ତେବେ ଆପଣଙ୍କ ହାତରେ ଯଦି ଏପରି ସମସ୍ୟା ଦେଖା ଦଉଛି ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ହାତ ଝିମ୍ ଝିମ୍ ହେବା: ହାଇ କୋଲେଷ୍ଟ୍ରଲ କାରଣରୁ ଶରୀରରେ ରକ୍ତ ସଞ୍ଚାଳନରେ ଅନେକ ସମସ୍ୟା ଦେଖା ଦେଇଥାଏ । ଯେଉଁ କାରଣରୁ ହାତରେ ଦରଜ ସହ ଝିମ୍ ଝିମ୍ ମଧ୍ୟ ହୋଇଥାଏ । ଯଦି ବାରମ୍ବାର ହାତରେ ଏପରି ସମସ୍ୟା ଦେଖାଯାଏ ତେବେ ଆପଣ ଶରୀରରେ କୋଲେଷ୍ଟ୍ରଲ ମାତ୍ରାକୁ ନିୟନ୍ତ୍ରଣ କରିବା ଆବଶ୍ୟକ ।

ନଖର ରଙ୍ଗ ପରିବର୍ତ୍ତନ ହେବା : ଯଦି ଆପଣଙ୍କ ନଖର ରଙ୍ଗ ପରିବର୍ତ୍ତନ ହେଉଛି ତେବେ ଆପଣ ହାଇ କୋଲେଷ୍ଟ୍ରଲର ଶିକାର ହୋଇଛନ୍ତି । ଏତତ୍ ବ୍ୟତୀତ ହାଇ କୋଲେଷ୍ଟ୍ରଲ କରାଣରୁ ଶରୀରର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଥାଏ । ତେବେ ଆପଣଙ୍କର ଯଦି ଏପରି ସମସ୍ୟା ପରିଲକ୍ଷିତ ହେଉଥାଏ ତେବେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରିବା ସହ ଶରୀରରେ ଥିବା କୋଲେଷ୍ଟ୍ରଲ ମାତ୍ରାକୁ ନିୟନ୍ତ୍ରଣ କରିବା ଆବଶ୍ୟକ ।

Get real time updates directly on you device, subscribe now.