fbpx
BSKY SKY
BSKY SKY

ସୈନିକ ସ୍କୁଲ୍‌ରେ ଶିକ୍ଷକ ହେବାର ସୁବର୍ଣ୍ଣ ସୁଯୋଗ, ଟିଜିଟି, ପିଜିଟି ସମେତ ଏହି ପୋଷ୍ଟଗୁଡିକରେ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି

BSKY

ନୂଆଦିଲ୍ଲୀ: ସରକାରୀ ଶିକ୍ଷକ ହେବା ପାଇଁ ଅନେକ ଯୁବକ ଯୁବତୀ ଶିକ୍ଷା ଗ୍ରହଣ କରିବା ସହିତ ପ୍ରଶିକ୍ଷଣ ନେଇ ଉପଯୁକ୍ତ ସୁଯୋଗକୁ ଚାହିଁ ବସିଛନ୍ତି। ଏବେ ସେମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ନିଯୁକ୍ତି ପାଇଁ ଦିଆଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହା ମାଧ୍ୟମରେ ଟିଜିଟି, ଲାଇବ୍ରେରିଆନ୍, ଲ୍ୟାବ୍ ଆସିଷ୍ଟାଣ୍ଟ, ମ୍ୟୁଜିକ୍ ଶିକ୍ଷକ ଏବଂ ଅନ୍ୟାନ୍ୟ ପଦବୀ ପୂରଣ ହେବ। ଝାନ୍ସିର ସୈନିକ ସ୍କୁଲ୍‌ରେ ବିଭିନ୍ନ ଶିକ୍ଷକ ପଦବୀ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଆବେଦନ କରିବାର ଶେଷ ତାରିଖ ହେଉଛି ୨୨ ଅଗଷ୍ଟ ୨୦୨୨। ଏହି ପଦବୀ ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ sainikschooljhansi.comକୁ ଯାଇ ଅନଲାଇନ୍ ଆବେଦନ କରିବାକୁ ପଡିବ। ସମୁଦାୟ ୧୪ ଟି ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି, ଯେଉଁଥିରେ ଟିଜିଟିର ୫ ଟି ପୋଷ୍ଟ ଏବଂ ଆର୍ଟ ମାଷ୍ଟର ମ୍ୟୁଜିକ୍ ଶିକ୍ଷକ ଲାଇବ୍ରେରିଆନ୍ ଲ୍ୟାବ୍ ଆସିଷ୍ଟାଣ୍ଟ ପିଟିଆଇ ଏବଂ ଅଫିସ୍ ଅଧୀକ୍ଷକଙ୍କ ୧-୧ ଟି ପଦବୀ ରହିଛି।

ଶିକ୍ଷାଗତ ଯୋଗ୍ୟତା।
ପଦବୀଗୁଡ଼ିକ ପାଇଁ ଶିକ୍ଷାଗତ ଯୋଗ୍ୟତା ବିବରଣୀ ନିଯୁକ୍ତି ବିଜ୍ଞପ୍ତିରେ ଦେଖି ପାରିବେ।

ବୟସସୀମା।
ପଦବୀ ପାଇଁ ଧାର୍ଯ୍ୟ ବୟସ ସୀମା ୨୧ ରୁ ୩୫ ବର୍ଷ ଅଟେ। ଅବଶ୍ୟ, ଲାଇବ୍ରେରିଆନ୍, ଲ୍ୟାବ୍ ଆସିଷ୍ଟାଣ୍ଟ, ପିଟିଆଇ ଏବଂ ଅଫିସ୍ ଅଧୀକ୍ଷକ ପଦବୀ ପାଇଁ ଏହା ୧୮ ରୁ ୫୦ ବର୍ଷ ଅଟେ।

ଆବେଦନ ଶୁଳ୍କ।
ଜେନେରାଲ ଏବଂ ଓବିସି ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା । ଅନ୍ୟପକ୍ଷରେ ଏସସି, ଏସଟି ବର୍ଗ ପ୍ରାର୍ଥୀଙ୍କ ପାଇଁ ଏହା ୨୫୦ ଟଙ୍କା ରହିଛି।

Get real time updates directly on you device, subscribe now.