ଭୁବନେଶ୍ୱର: କଂଗ୍ରେସ କଳାଦିବସ ପାଳୁଥିବାରୁ କଳା ଡ୍ରେସ୍ ପିନ୍ଧିଛନ୍ତି । ହାଉସ୍ ଭିତରେ ଗୋଟେ ଘଣ୍ଟା ଯାହା ହବାର ଥିଲା ତାକୁ ମିଡିଆରୁ ଲୁଚାଯାଉଛି । ମିଡିଆ ପାଇଁ ଆଜି କଂଗ୍ରେସ କରିବ ପ୍ରତିବାଦ ।
ଶୃଙ୍ଖଳିତ ବିରୋଧୀଦଳ ହିସାବରେ ତାରା ପ୍ରତିବାଦ କରିଥିବା କହିଲେ ବିଧାୟିକା ସୋଫିଆ ଫିରର୍ଦ୍ଦୋଶ । ୭ ଦିନ ନିଲମ୍ବନ ପରେ ଆଜି ବିଧାନସଭାରେ ପ୍ରବେଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି ।
ମୁଣ୍ଡିଆ ମାରି ବିଧାନସଭାରେ ପ୍ରବେଶ କରିଛନ୍ତି ତାରା । ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ବାରଚସ୍ପତି ତାରାଙ୍କୁ ଗୃହରୁ ୭ ଦିନ ପାଇଁ ନିଲମ୍ବନ କରାଯାଇଥିଲା ।
କଂଗ୍ରେସ ବିଧାୟକ ଗୃହ ଭିତରେ ଘଣ୍ଟ, ପେଁକାଳୀ , ବଇଁଶୀ ବଜେଇ କଲେ ପ୍ରତିବାଦ । ଗତକାଲି ହୁଇସିଲ୍ ମାରି ଦଳ କରିଥିଲା ପ୍ରତିବାଦ । ଏହାକୁ ଦେଖି ୧୧ଟା ୩୦ ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।