କର୍ମଚାରୀଙ୍କ ପାଇଁ ଖୁସି ଖବର, ଆଗାମୀ ୩ମାସର ଇପିଏଫ ଭରିବ କେନ୍ଦ୍ର

ନୂଆଦିଲ୍ଲୀ, ୧୩ା୫: କର୍ମଚାରୀଙ୍କ ପାଇଁ ଏକ ଖୁସିଖବର । ଗତକାଲି ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜରେ କର୍ମଚାରୀମାନେ ଲାଭବାନ ପାଇପାରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୫ହଜାରରୁ କମ୍ ଦରମା ପାଉଥିବା କର୍ମଚାରୀଙ୍କ ଇପିଏଫ ଭରିବେ କେନ୍ଦ୍ର ସରକାର । ଆଗାମୀ ୩ମାସ ଯଥା ଜୁନ, ଜୁଲାଇ, ଅଗଷ୍ଟ ମାସର ଇପିଏଫ ଭରିବେ କେନ୍ଦ୍ର ସରକାର । କମ୍ପାନୀ ପାଇଁ ୧୨% ଓ କର୍ମଚାରୀଙ୍କ ପାଇଁ ୧୨% ଇପିଏଫ ଦେୟ ସରକାର ଦେବେ । କ୍ଷୁଦ୍ର ସଂସ୍ଥାରେ ୩ଲକ୍ଷ ୬୭ହଜାର ଉପକୃତ ହେବେ । ଏଥିରୁ ୭୨ଲକ୍ଷ ୨୨ହଜାର ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ଉପକୃତ ହୋଇପାରିବେ । ପୂର୍ବରୁ ମେ ମାସ ଯାଏଁ ଏହି ସୁବିଧା ଘୋଷଣା କରିଥିଲେ କେନ୍ଦ୍ର ସରକାର ।