ଭୁବନେଶ୍ୱର: ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗୃହୀତ କରାଗଲା । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ।
ସମୁଦାୟ ୯ଟି ବିପର୍ଯ୍ୟୟ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଥିବା ଖବର ପ୍ରକାଶ ପାଇଛି । ରାଜ୍ୟ ମୁକାବିଲା ପାଣ୍ଠିରୁ ୧୦% ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ ନିଷ୍ପତ୍ତି କରାଯାଇଛି ।
ଏହା ଫଳରେ କୃଷକମାନେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ପାଇପାରିବେ । ଅଦିନିଆ ବର୍ଷାରେ କୃଷକଙ୍କ ହେଉଥିବା କ୍ଷତି ବାବଦକୁ ରାଜ୍ୟ ମୁକାବିଲା ପାଣ୍ଠିରୁ ଚାଷୀଙ୍କୁ କ୍ଷତିପୂରଣ ମିଳିବ ।