fbpx

ଚାଷୀଙ୍କ ପାଇଁ ଖୁସି ଖବର; ଫସଲ ବୀମା ଯୋଜନାରେ ବଢିଲା ସମୟସୀମା, କରି ନିଅନ୍ତୁ ପଞ୍ଜୀକରଣ

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭ ହେବା ପୂର୍ବରୁ ଚାଷୀମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜୀକରଣ ସମୟ ବୃଦ୍ଧି କରିଛନ୍ତି ସରକାର । ଜୁଲାଇ ୩୦ ପର୍ଯ୍ୟନ୍ତ ଏହି ପଞ୍ଜୀକରଣ ସମୟସୀମା ରହିଥିବା ବେଳେ ଏହି ସମୟକୁ ବୃଦ୍ଧି କରାଯାଇଛି । ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଏହି ଯୋଜନାରେ ନିଜ ନାମ ପଞ୍ଜୀକରଣ କରିପାରିବେ କୃଷକ । ଅଧିକାଂଶ ଚାଷୀ ନାମ ପଞ୍ଜୀକରଣ କରିବାରେ ବିଫଳ ହୋଇଥିବାରୁ ଏହି ସମୟସୀମାକୁ ୧୦ ଦିନ ବୃଦ୍ଧି କରାଯାଇଛି । ବର୍ତ୍ତମାନ ପଞ୍ଜୀକରଣ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୧୦ ତାରିଖ ।

Get real time updates directly on you device, subscribe now.