fbpx

ସରକାରୀ ଚାକିରି ଖୋଜୁଥିଲେ ଆସିଲା ଖୁସିଖବର: ବିଆରଓରେ ୪୬୬ ପଦବୀରେ ହେବ ଭର୍ତ୍ତି, ଏପରି କରନ୍ତୁ ଆବେଦନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ବର୍ଡର ରୋଡସ ଅର୍ଗାନାଇଜେସନ (BRO) ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଯାହା ଅନୁଯାୟୀ ବିଆରଓରେ ବମ୍ପର ପଦବୀରେ ଭର୍ତ୍ତି ହେବ । ଏହି ପଦବୀରେ ଆବେଦନ କରିବା ପାଇଁ ଅଫିସିଆଲ ସାଇଟ୍‌ bro.gov.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପାଇର୍ ପ୍ରାର୍ଥୀ ଅଫିସିସଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୬୬

ଡ୍ରାଇଭର ମେକାନିଷ୍ଟ ଟ୍ରାନ୍ସପୋର୍ଟ : ୪୧୭
ଅପରେଟର ମେଶିନରୀ : ୧୮
ଡ୍ରାଫ୍ଟସମ୍ୟାନ : ୧୬
ଟନର : ୧୦
ସୁପରଭାଇଜର : ୨
ଡ୍ରାଇଭର ରୋଡ ରୋଲର : ୨
ମେକାନିଷ୍ଟ : ୧
ସଂରକ୍ଷିତ ସିଟ୍‌ ୨୨୬ ରହିଥିବା ବେଳେ ଅନ୍ୟ ୬ଟି ସିଟ ଅନୁସୂଚିତ ଜାତି ଏବଂ ୩୯ ସିଟ ଅନୁସୂଚିତ ଜନଜାତି, ଓବିସି ପାଇଁ ୮୧ ଏବଂ EWS ୫୩ ପଦବୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ୧୦ମ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

କେମିତି ହେବ ଚୟନ :

ଏହି ପଦବୀରେ ପ୍ରାର୍ଥୀଙ୍କ ଚୟନ ଅନେକ ପର୍ଯ୍ୟାୟ ପରୀକ୍ଷାରେ ହେବ । ଭର୍ତ୍ତି ପାଇଁ ୪ଟି ପର୍ଯ୍ୟାୟରେ ପରୀକ୍ଷା ହେବ । ଲିଖିତ/ଶାରିରୀକ/ଜ୍ଞାନ କୌଶଳ/ଡ୍ରାଇଭିଂ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ଟେଷ୍ଟ ହେବ । ଲିଖିତ ପରୀକ୍ଷା ୧୦୦ ମାର୍କର ହେବ ।

କେମିତି କରିବେ ଆବେଦନ :

ପ୍ରାର୍ଥୀ ପ୍ରଥମେ ଅଫିସିଆଲ ସାଇଟ bro.gov.in କୁ ଯିବେ ।
ଏହାପରେ ହୋମପେଜରେ ଅନଲାଇନ ଆବେଦନ କରିବା ଉପରେ କ୍ଲିକ୍‌ କରିବେ ।
ଏହାପରେ ନିଜର ନାମ, ଇମେଲ ଆଇଡି ଏବଂ ମୋବାଇଲ ନମ୍ବର ଦେବାକୁ ହେବ ।
ଏହାପରେ ଲଗ୍‌ ଇନ୍‌ କରନ୍ତୁ ।

ଦରକାର ଥିବା ସମସ୍ତ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।
ଏହାପରେ ଆବେଦନ ଫର୍ମ ସବମିଟ୍‌ କରନ୍ତୁ ।
ଶେଷରେ ଏକ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

Get real time updates directly on you device, subscribe now.