ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା କଏଦୀଙ୍କ ପାଇଁ ଖୁସି ଖବର, ଖର୍ଚ୍ଚ ହେବ ଏତିକି କୋଟି ଟଙ୍କା

ଖୁବଶୀଘ୍ର ରାଜ୍ୟ ସରକାର ସେମାନଙ୍କ ଖାଇବା ଖର୍ଚ୍ଚ ବୃଦ୍ଧି କରିବାକୁ ଯାଉଛନ୍ତି। ଏବେ ଦୈନିକ ଖାଦ୍ୟ ଖର୍ଚ୍ଚ ମୁଣ୍ଡପିଛା ୮୦ ଟଙ୍କା ହିସା ହିସାବରେ ଦିଆଯାଉଛି।

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା କଏଦୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ରାଜ୍ୟ ସରକାର ସେମାନଙ୍କ ଖାଇବା ଖର୍ଚ୍ଚ ବୃଦ୍ଧି କରିବାକୁ ଯାଉଛନ୍ତି। ଏବେ ଦୈନିକ ଖାଦ୍ୟ ଖର୍ଚ୍ଚ ମୁଣ୍ଡପିଛା ୮୦ ଟଙ୍କା ହିସା ହିସାବରେ ଦିଆଯାଉଛି। କିନ୍ତୁ ଏତିକି ଟଙ୍କାରେ ଚାରି ଓଳି ଖାଦ ଖାଦ୍ୟର ମାନକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏବେ ଜେଲ୍ ଜେଲ୍ ବିଭାଗ ଏହାକୁ ୧୨୦ ଟଙ୍କାକୁ ବୃଦ୍ଧି କରିବା ପା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛି। ସରକାର ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତ ନେବେ।

ରାଜ୍ୟ ସରକାର ବାର୍ଷିକ ୪୩ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ । ଏହା ୮୦ ଟଙ୍କାକୁ ବଢ଼ିବା ପରେ ଖର୍ଚ୍ଚ ୫୫ କୋଟି ୪୮ ଲକ୍ଷ ଟଙ୍କାରେ ପହଞ୍ଚି ଥିଲା। ଏବେ ୧୨୦ ଟଙ୍କାକୁ ବୃଦ୍ଧି ହେଲେ ବାର୍ଷିକ ୭୭ କୋଟି ଟଙ୍କା କଏଦୀଙ୍କ ଖାଦ୍ୟ ବାବଦରେ ଖର୍ଚ୍ଚ ହେବ ବୋଲି ଜେଲ୍ ବିଭାଗ ଆକଳନ କରୁଛି।

ଏବେ କଏଦୀଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ ୮୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଟେଣ୍ଡର ଆହ୍ବାନ କରୁଥିବା ସଂସ୍ଥା ୭୦ ଟଙ୍କାରୁ କମ୍ ମୂଲ୍ୟରେ ବି ଆବେଦନ କରୁଛନ୍ତି। ଯାହା ଫଳରେ ଗୁଣାତ୍ମକ ଖାଦ୍ୟ ଯୋଗାଣକୁ ନେଇ ସନ୍ଦେହ ରହୁଛି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ୭୫ ଟଙ୍କାରୁ କମ୍ ମୂଲ୍ୟରେ କେହି ଟେଣ୍ଡର ଆହ୍ବାନ କରିପାରିବେ ନାହିଁ ବୋଲି ଜେଲ୍ ବିଭାଗ ନିର୍ଦ୍ଦେଶ ଦେଇଛି।

ହାଇଦ୍ରାବାଦସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅପ୍ ନ୍ୟୁଟ୍ରିସନ୍(ଏନଆଇଏନ୍)ର ସୁପାରିସ ଏନ୍‌ଆଇଏନ୍‌ର ସୁପାରିସ ଆଧାରରେ ଦୈନିକ ଜଣେ ସାଧାରଣ କଏଦୀ ପିଛା ୨୮୧୬.୭୪ କ୍ୟାଲୋରି ଓ ଗର୍ଭବତୀ ମହିଳା କଏଦୀ ୩୧୦୦ କ୍ୟାଲୋରିର ଖାଦ୍ୟ ଖାଇବୋ ଯାହାକି ୮୦ ଟଙ୍କାରେ ଯୋଗାଇବା ସମ୍ଭବପର ହେଉନାହିଁ ଏବେ ରାଜ୍ୟରେ ୮୭ ଜେଲରେ ଥିବା ୧୭ ହଜାର ୫୮୦ ପାଖାପାଖି କଏଦୀ ଗୁଣାତ୍ମକ ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ।