Senior Citizensଙ୍କ ପାଇଁ ଖୁସିଖବର; ୭ ଟଙ୍କା ରଖିଲେ ଜୀବନ ସାରା ପାଇବେ ୫୦୦୦ ଟଙ୍କା: ସରକାରଙ୍କ ଯୋଜନା

ଓଡ଼ିଶା ଭାସ୍କର: ପିଲାଠୁ ବୁଢା ସମସ୍ତଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା ପାଇଁ ସରକାର ନୂଆ ନୂଆ ଯୋଜନା ଆଣୁଛନ୍ତି । ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ପେସାଲ ଯୋଜନା କରି ସହାୟତାର ହାତ ବଢାଉଛନ୍ତି କେନ୍ଦ୍ର ସରକାର । ସେହିପରି ବୃଦ୍ଧ ବୟସରେ ଆପଣଙ୍କୁ ସୁଖରେ ରଖିବା ପାଇଁ ମଧ୍ୟ ଏକ ଯୋଜନା କରାଯାଇଛି । ଏହି ଯୋଜନାରେ ଆପଣଙ୍କୁ ମାସକୁ ମାସ ମିଳିବ ୫ ଜହାର ଟଙ୍କା । ସ୍ୱାମୀ ଏବଂ ସ୍ତ୍ରୀ ଉଭୟଙ୍କୁ ମିଶାଇ ଆସିବ ୧୦ ହଜାର ଟଙ୍କା । କେନ୍ଦ୍ର ସରକାରଙ୍କର ଅନେକ ଯୋଜନା ରହିଛି । ଯାହାକୁ ଆପଣମାନେ ଅନେକ କେହି ଜାଣି ନଥିବେ । ତେବେ ଏହି ଯୋଜନା ପରିଣତ ବୟସରେ ଆପଣଙ୍କୁ ପ୍ରଚୁର ପରିମାଣରେ ଲାଭ ଦେଇପାରିବ । ସେହି ଯୋଜନାର ନାଁ ହେଉଛି ଅଟଳ ପେନସନ ଯୋଜନା । ଯେଉଁ ଯୋଜନାରେ ଦିନକୁ ମାତ୍ର ୭ ଟଙ୍କା ରଖିଲେ ମାସକୁ ମାସ ଆପଣଙ୍କ ଆକାଉଣ୍ଟକୁ ଆସିବ ୫ ହଜାର ଟଙ୍କା ।

ଅଟଳ ପେନସନ ଯୋଜନା ୨୦୧୫-୧୬ରେ ଆରମ୍ଭ ହୋଇଥିଲା । ଏବେ ଏହି ଯୋଜନାରେ ୭ କୋଟିରୁ ଅଧିକ ଲୋକ ଜୋଡ଼ି ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଯୋଜନାରେ କେମିତି ମାସକୁ ମାସ ଆକାଉଣ୍ଟକୁ ଆସିବ ୫୦୦୦ ଟଙ୍କା । ତେବେ ଆପଣ ମାନେ ଗୋଟିଏ ଚା ଠାରୁ ବି ଦିନକୁ କମ ଟଙ୍କା ନିବେଷ କଲେ ମାସକୁ ପାଇବେ ୫ ହଜାର ଟଙ୍କା । ୧୮ରୁ ୪୦ ବର୍ଷ ମଧ୍ୟରେ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ନିବେଷ କରିବାକୁ ପଡ଼ିବ । ୨୦ ବର୍ଷ ପରେ ଆପଣଙ୍କ ଆକାଉଣ୍ଟକୁ ଆସିବ ୫ ହଜାର ଟଙ୍କା ଲେଖାଏଁ ପେନସନ ।

ତେବେ ଉଦାହରଣ ସ୍ୱରୁପ ଆପଣ ଯଦି ୪୦ ବର୍ଷ ବୟସରେ ଦିନକୁ ୭ ଟଙ୍କା ହିସାବରେ ମାସକୁ ୨୧୦ ଟଙ୍କା ନିବେଶ କରୁଛନ୍ତି । ଆପଣଙ୍କୁ ଯେତେବେଳେ ୬୦ ବର୍ଷ ହେବ ସେବେଠାରୁ ମାସକୁ ମାସ ୫ ହଜାର ଟଙ୍କା ଲେଖେ ପେନସ୍ ପାଇବେ । ଏମିତି ଯଦି ସ୍ୱାମୀ ସ୍ତ୍ରୀ ମିଶି ନିବେଶ କରିବେ, ତେବେ ୧୦ ହଜାର ଟଙ୍କା ଆସିବ ମାସକୁ ମାସ । ଯଦି ୬୦ ବର୍ଷ ପୂର୍ବରୁ ଆପଣଙ୍କର ମୃତ୍ୟୁ ହୋଇଯାଏ, ତେବେ ଆପଣଙ୍କର ସ୍ତ୍ରୀ ପାଇବେ ସମ୍ପୂର୍ଣ୍ଣ ଅର୍ଥ । ଯଦି ଉଭୟ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଏ, ତେବେ ନୋମିନି ଯିଏ ଥିବେ ସେ ପାଇବେ ନିବେଶ ହୋଇଥିବା ଟଙ୍କା । ତେବେ ଏହିଥିରେ ନିବେଶ କରିଲେ, ଆପଣ ମାନେ ୧.୫ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ମଧ୍ୟ ବଞ୍ଚାଇ ପାରିବେ ।

Get real time updates directly on you device, subscribe now.