କ୍ରୀଡ଼ା ପ୍ରେମୀଙ୍କ ପାଇଁ ଖୁସି ଖବର; ମାର୍ଚ୍ଚ ୨୨ରୁ IPL
ଆରମ୍ଭ ହେବାକୁ ଯାଉଛି ୨୦୨୫ IPL ଟୁର୍ଣ୍ଣାମେଣ୍ଟ। KKR-RCB ମଧ୍ୟରେ ହୋଇପାରେ କଡ଼ା ଟକ୍କର।
ନୂଆଦିଲ୍ଲୀ: ସମସ୍ତ IPL କ୍ରୀଡ଼ା ପ୍ରେମୀଙ୍କ ପାଇଁ ଖୁସି ଖବର। ଆରମ୍ଭ ହେବାକୁ ଯାଉଛି ୨୦୨୫ IPL ମହାସମର। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୮ତମ ସଂସ୍କରଣ ପ୍ରକାଶ ହୋଇଥିବା ନେଇ ସୂଚନା ମିଳିଛି।
ଯାହାକୁ ନେଇ କ୍ରିକେଟର ଉତ୍ସାହିତ ଥିବାବେଳେ, ଖୁସି ଅଛନ୍ତି କ୍ରୀଡାପ୍ରେମୀ। କାରଣ ଆଉ କେଇଟା ଦିନ ପରେ ଆରମ୍ଭ ହୋଇଯିବ IPL ଲଢେଇ। ଏନେଇ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଥିବା ସୂଚନା ମିଳିଛି। ଆଉ ଏହାରି ଭିତରେ RCB ମଧ୍ୟ ନିଜ କ୍ୟାପଟେନ ନାଁ ଘୋଷଣା କରିସାରିଛି।
ଆରମ୍ଭ ହେବ IPL: ଆଉ ଏହି ପରିପ୍ରେକ୍ଷୀରେ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି IPL ମହାସମର। ଦଳ ଦଳ ଭିତରେ ହେବ ଜୋରଦାର ଲଢେଇ। ଆଉ ଟ୍ରଫି ଲକ୍ଷ୍ୟରେ ରହିବେ ପ୍ରତ୍ୟେକ ଦଳ।
ତେଣୁ ଏବେ ଏହି IPL ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଥିବା କୁହାଯାଉଛି। ଯେଉଁଥିରେ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି IPLର ପ୍ରଥମ ମ୍ୟାଚ୍।
ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ମେ ୨୫ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ବୋଲି ସୂଚନା ମିଳିଛି। କିନ୍ତୁ ବିସିସିଆଇ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ କାର୍ୟ୍ୟସୂଚୀ ଘୋଷଣା କରିନାହିଁ।
ବିସିସିଆଇ ନିଷ୍ପତ୍ତି: ରିପୋର୍ଟ ଅନୁଯାୟୀ,ଜାନୁଆରୀ ୧୨ରେ ମୁମ୍ବାଇରେ ବିସିସିଆଇର ଏସଜିଏମ ପରେ ବୋର୍ଡର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଆଇପିଏଲ ମ୍ୟାଚ୍ ମାର୍ଚ୍ଚ ରୁ ଆରମ୍ଭ ହୋଇପାରେ ବୋଲି ସଙ୍କେତ ଦେଇଥିଲେ ।
କିନ୍ତୁ ସ୍ପଷ୍ଟ କରିନଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବ୍ରଡକାଷ୍ଟରମାନେ ଶନିବାରଠାରୁ ସିଜିନ୍ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ, ଯାହାକୁ ବୋର୍ଡ ଗ୍ରହଣ କରିଛି । ଦିନେ ଦୁଇ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କାର୍ୟ୍ୟସୂଚୀ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।
ମାର୍ଚ୍ଚ ୨୨ରୁ ମ୍ୟାଚ୍ ଆରମ୍ଭ: ଯଦି ଦେଖିବା ସୂଚନା ଅନୁସାରେ ମାର୍ଚ୍ଚ ୨୨ରୁ IPL ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି। ଆଉ ଏହି IPLର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବ ବୋଲି କୁହାଯାଉଛି।
ଯେଉଁଥିରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ପ୍ରଥମ ଟୁର୍ଣ୍ଣାମେଣ୍ଟ ହେବ ବୋଲି ଆଶା କରାଯାଉଛି। ଏହାଛଡା ଫାଇନାଲ ମ୍ୟାଚ୍ ମଧ୍ୟ କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବ ବୋଲି ସୂଚନା ମିଳିଛି।