fbpx
BSKY SKY
BSKY SKY

ମହିଳାମାନଙ୍କ ପାଇଁ ଖୁସି ଖବର! ଏଣିକି ଟଙ୍କା ସାଙ୍ଗକୁ ମିଳିବ ପକ୍କା ଘର: ପ୍ରତିଶ୍ରୁତି ଦେଲେ ସରକାର

BSKY

ନୂଆଦିଲ୍ଲୀ: ସାରା ଦେଶରେ ମହିଳାଙ୍କ ପାଇଁ ସରକାର ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ଯୋଜନାରେ ମହିଳାମାନଙ୍କୁ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ସରକାର । ଏହାମଧ୍ୟରେ ମହିଳାଙ୍କ ଜୀବନଯାପନ ପାଇଁ ଆଉ ଏକ ବଡ଼ ଯୋଜନା ଆରମ୍ଭ କରାଯାଉଛି । ଯେଉଁଥିରେ ରାଜ୍ୟର ମହିଳା ବର୍ଗଙ୍କୁ ଟଙ୍କା ସହ ପକ୍କା ଘର ମଧ୍ୟ ପ୍ରଦାନ କରିବେ ରାଜ୍ୟ ସରକାର । ସାଧାରଣ ନିର୍ବାଚନ ପୂର୍ବରୁ ସରକାରଙ୍କ ଏହି ଯୋଜନାକୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି ।

ମହିଳାମାନଙ୍କ ପାଇଁ ଦୀପାବଳିରେ ଏକ ବଡ଼ ଉପହାର ଭେଟି ଦେଇଛନ୍ତି ମଧ୍ୟ ପ୍ରଦେଶ ସରକାର । ରାଜ୍ୟର ୧ ଲକ୍ଷ ମହିଳାଙ୍କୁ ଲାଡଲୀ ବେହନା ଯୋଜନା ଅଧୀନରେ ଟଙ୍କା ସହ ଆହୁରି ସୁବିଧା ଯୋଗାଇ ଦିଆଯିବ । ଏହି ଘୋଷଣା ପତ୍ର ଅନୁସାରେ, ସରକାର ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହିତ ପକ୍କା ଘର ମଧ୍ୟ ଯୋଗାଇ ଦିଆଯିବ । ଏହି ଯୋଜନା ସହିତ ଗ୍ରାମୀଣ ମହିଳାମାନଙ୍କୁ ଲକ୍ଷପତି କରିବାର ପଦକ୍ଷେପ ନେଉଛନ୍ତି ଜେ.ପି ନଡ୍ଡା ସରକାର । ତେବେ ନିର୍ବାଚନ ପୂର୍ବରୁ ବିଜେପି ସରକାର ଏ ନେଇ ଏକ ବଡ଼ ଘୋଷଣା କରି ଦେଇଛନ୍ତି ।

ଏହାବ୍ୟତୀତ ବିଜେପି ସରକାରଙ୍କ ଏହି ଘୋଷଣାପତ୍ରରେ କୁହାଯାଇଛି ଯେ, ଗ୍ରାମର ମହିଳାମାନଙ୍କୁ କୌଶଳ ପ୍ରଶୀକ୍ଷଣ ମଧ୍ୟ ଯୋଗାଇ ଦିଆଯିବ । ଏହାଦ୍ୱାରା ମହିଳାମାନଙ୍କୁ ରୋଜଗାରର ପନ୍ଥା ମିଳିପାରିବ ଏବଂ ସେମାନେ ଲକ୍ଷପତି ହୋଇପାରିବେ । ଲାଡଲୀ ବେହନା ଯୋଜନା ଅନ୍ତର୍ଗତ ମଧ୍ୟପ୍ରଦେଶ ମହିଳାଙ୍କୁ ପ୍ରତିବର୍ଷ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ଜେନେରାଲ, ଓବିସି, ଅନୁସୂଚିତ ଜାତି, ଜନଜାତି ଏବଂ ବିଧବା ମହିଳାମାନେ ମଧ୍ୟ ଲାଭବାନ୍ ହୋଇ ପାରୁଛନ୍ତି ।

Get real time updates directly on you device, subscribe now.