fbpx
BJD SKY
BJD SKY

ଡଲାର ତୁଳନାରେ ପୁଣି ଦୁର୍ବଳ ହେଲା ଟଙ୍କା

BJD

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ପୁଣି ଦୁର୍ବଳ ହୋଇପଡ଼ିଛି । ଏକ ଡଲାର କିଣିବା ଲାଗି ୮୩ ଟଙ୍କା ୩୪ ପଇସା ଗଣିବାକୁ ପଡ଼ିଛି । ଡଲାର ତୁଳନାରେ ଏହା ଟଙ୍କାର ସର୍ବକାଳୀନ ଦୁର୍ବଳ ସ୍ଥିତି । ଟଙ୍କା ସ୍ଥିତିରେସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିବାରେ ବୋଲି କୁହାଯାଉଛି । ଏଭଳି ସଙ୍କଟ ସମୟରେ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରୁ ବିଦେଶୀ ମୁଦ୍ରା ବାହାର କରି ବଜାର ଦରଠାରୁ କମ୍ ଦାମ୍ରେ ଉପଲବ୍ଧ କରାଇବା ଦ୍ୱାରା ସ୍ଥିତି ନିୟନ୍ତ୍ରଣକୁ ଆସିଥାଏ । ଡଲାର ତୁଳନାରେ ଟଙ୍କା ଏହିଭଳି ଦୁର୍ବଳ ସ୍ତରରେ ଆଉ କିଛି ଦିନ ରହିବ ବୋଲି ଆକଳନ କରାଯାଇଛି ।

ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ୍ ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଉପରେ ଚାପ ସୃଷ୍ଟି ହୋଇଛି । ମହଙ୍ଗା ଡଲାର, ଦେଶର ଦରଦାମ୍?କୁ ପ୍ରଭାବିତ କରିବା ଶକ୍ତି ରଖିଛି । କାରଣ ତେଲଠାରୁ ଆରମ୍ଭ କରି ଖାଦ୍ୟଶସ୍ୟ ପର୍ଯ୍ୟନ୍ତ ଭାରତ ବହୁ କିଛି ସାମଗ୍ରୀ ଆମଦାନି କରୁଛି । ସେହିପରି ବିଦେଶରେ ନିଜ ପିଲାଙ୍କୁ ପାଠ ପଢ଼ାଉଥିବା ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ପଠାଇବାକୁ ପଡ଼ିବ । ବିଦେଶ ଭ୍ରମଣରେ ଯିବାକୁ ଚାହୁଥିବା ଲୋକଙ୍କୁ ନିଜ ସହିତ ଅଧିକ ଟଙ୍କା ନେଇ ଯିବାକୁ ପଡ଼ିବ ।

Get real time updates directly on you device, subscribe now.