fbpx

Good News! ଗଣେଶ ଚତୁର୍ଥୀ ପୂର୍ବରୁ ହ୍ରାସ ପାଇଲା ସୁନା ଦର : ଜାଣିନିଅନ୍ତୁ କ’ଣ ରହିଛି ଆଜିର ଦର

ଭୁବନେଶ୍ୱର  :  ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୮୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୯,୮୩୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୮୪୦ ଟଙ୍କା ଟଙ୍କା ଓ ୫୯,୮୩୦ ଟଙ୍କା ହୋଇଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର କେତେକ ସାମ୍ନାରେ ବଢିଥିବା ବେଳେ ଆଉ କେତେକ ସ୍ଥାନରେ ତାହାର ମୂଲ୍ୟ ସ୍ଥିର ରହୁଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୮୪୦ ଟଙ୍କା ଓ ୫୯,୮୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪,୯୯୦ ଟଙ୍କା ଓ ୫୯,୯୯୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୧୬୦ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୪,୮୪୦ ଟଙ୍କା ଓ ୫୯,୮୩୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୪,୦୦୦ଟଙ୍କା ରହିଥିବା ନେଇ ହୋଇଛି।

Get real time updates directly on you device, subscribe now.