fbpx
BJD SKY
BJD SKY

ପାରିବାରିକ କଳହର କରୁଣ ପରିଣତି : ଦେଢ ମାସର ଛୁଆକୁ ମାରି ଫିଙ୍ଗି ଦେଲା ମାଆ

BJD

ମୟୁରଭଞ୍ଜ : ସିଏ ମାଆ ନା ପିଶାଚିନୀ । କ୍ରୋଧ ମଣିଷକୁ ମାରି ଦିଏ ସତ, କିନ୍ତୁ ଗୋଟେ ମାଆର ମମତାକୁ ମାରିଦେବ ତାହା କେବେ ମଧ୍ୟ ବିଶ୍ୱାସ ହେବନି । ବିଶ୍ୱାସ ନହେଲେ ବି ଏହା ସତ ଯେ, ରାଗର ବସବର୍ତ୍ତି ହୋଇ ପିଶାଚିନୀ ସାଜିଲା ମାଆ । ସ୍ୱାମୀ ସ୍ତ୍ରୀ ଝଗଡାରୁ ନିଜ ସନ୍ତାନକୁ ହତ୍ୟା କଲା ଜନ୍ମକଲା ମାଆ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ବାଙ୍କିଡିହି ଗ୍ରାମର ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ସୂଚନା ଅନୁଯାୟୀ, ବାଙ୍କିଡିହି ଗାଁର ବାସିନ୍ଦା ସାଲାଇ ନାଏକ ଏବଂ ପାର୍ବତୀ ନାଏକଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏଥିରୁ ଉତ୍ୟକ୍ତ ହୋଇ ମାଆ ଦେଢ ମାସର ଜୀବନ୍ତ ଶିଶୁପୁତ୍ରକୁ ନେଇ କେନାଲରେ ଫିଙ୍ଗିଥିଲା । ଆଜି କେନାଲରେ ଶିଶୁପୁତ୍ରକୁ ମୃତ ଅବସ୍ଥାତରେ ଭାଷୁଥିବା ଦେଖି ଗାଁ ଲୋକେ ସେଠାରୁ ଶିଶୁକୁ ଉଦ୍ଧାର କରିଥିଲେ ।

ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଶିଶୁର ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲା । ପରବର୍ତ୍ତୀ ସମୟରେ ପୋଲିସ ହୃଦୟହୀନା ମାଆକୁ ଗିରଫ କରି ତଦନ୍ତ ଜାରି ରଖୀଛି ।

Get real time updates directly on you device, subscribe now.