fbpx
BJD SKY
BJD SKY

ଭାରତ ସରକାରଙ୍କ ଜି-୨୦ ପାଇଁ ସ୍ପେଶାଲ ଉପହାର: ବିଦେଶରୁ ଆସିଥିବା ନେତା ସେମାନଙ୍କ ଦେଶରେ ପ୍ରଦର୍ଶନ କରିବେ ଭାରତୀୟ କଳାକୀର୍ତ୍ତି

BJD

ନୂଆଦିଲ୍ଲୀ: ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଦେଶରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତକୁ ବିଶ୍ୱର ଅନେକ ରାଷ୍ଟ୍ରର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେମାନଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜକୀୟ ରାତ୍ରୀ ଭୋଜନ ମଧ୍ୟ ଅୟୋଜନ କରିଥିଲେ । ତେବେ ଏହା ବ୍ୟତୀତ ଭାରତ ପକ୍ଷରୁ ସେମାନଙ୍କୁ ଉପହାର ମଧ୍ୟ ପ୍ରଦାନ କରାଯାଇଛି । ଯାହାକି ସେମାନେ ନିଜ ନିଜ ଦେଶମାନଙ୍କରେ ଭାରତୀୟ କଳା ସଂସ୍କୃତିକୁ ପ୍ରଦର୍ଶନ କରିବେ ।

ଏହି ଗିଫ୍ଟ ହାମ୍ପର ଗୁଡ଼ିକରେ ହସ୍ତତନ୍ତ କଳାକୃତି ଏବଂ ଉତ୍ପାଦଗୁଡ଼ିକର ଏକ କ୍ୟୁରେଟେଡ୍ ସଂକଳନ ରହିଥିଲା, ଯାହା ଭାରତ ସମୃଦ୍ଧ ସାଂସ୍କୃତିକ ପରମ୍ପରା ବିଷୟରେ ପ୍ରତିଫଳିତ ହୋଇଛି । ଏଥିରେ କେତେକ ଉତ୍ପାଦ ଗୁଡିକ ଶତାବ୍ଦୀ ପରମ୍ପରାର ଉତ୍ପାଦ ଏବଂ ସେମାନଙ୍କର ଅନୁପଯୁକ୍ତ କାର୍ଯ୍ୟଶୈଳୀ ଏବଂ ଗୁଣବତ୍ତା ପାଇଁ ସମଗ୍ର ବିଶ୍ୱରେ ସମ୍ମାନିତ ହୋଇଛି ।

ଜି-୨୦ ଶିଖର ସମ୍ମିଳନୀରେ ଆସିଥିବା ଅତିଥିଙ୍କୁ ଦିଆଯାଇଥିବା ଗିଫ୍ଟ ହାମ୍ପରକୁ ମାଷ୍ଟର କାରିଗରମାନଙ୍କ ଦ୍ୱାରା ଖୁବ୍ ଯତ୍ନର ସହିତ ତିଆରି କରାଯାଇଛି । ଏହି ଗିଫ୍ଟରେ ଲାଗିଥିବା କେତେକ ଉତ୍ପାଦ ଆମ ଦେଶର ଅନ୍ୟାନ୍ୟ ଜୈବ ବିବିଧତାର ଫଳାଫଳ ମଧ୍ୟ । ତେବେ ବିଦେଶରୁ ଆସିଥିବା ନେତାମାନଙ୍କ ଏହି ହସ୍ତଶିଳ୍ପ ଉପହାରମାନ ପ୍ରଦାନ କରାଯାଇଛି । ଫଳରେ ସେମାନେ ନିଜ ଦେଶକୁ ଯାଇ ଭାରତୀୟ କଳାକୀର୍ତ୍ତିମାନ ପ୍ରଦର୍ଶନ କରିବେ ।

Get real time updates directly on you device, subscribe now.