fbpx

ମିଳିଲା ଆଶ୍ୱସ୍ତି: ଶୁବମନଙ୍କୁ ନେଇ ଆସିଲା ବଡ଼ ଖୁସି ଖବର

Advertisement

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତର ନେତୃତ୍ୱରେ ଦେଶରେ ଦିନିକିଆ ବିଶ୍ୱକପ ଆୟୋଜିତ ହୋଇଥିବାରୁ ଏହା ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ଉତ୍ସାହର ବିଷୟ । ମାତ୍ର ଟିମ୍ ଇଣ୍ଡିଆର ଷ୍ଟାର ଓପନର ଶୁବମନ ଗିଲଙ୍କ ଅସୁସ୍ଥତା ଏବେ କ୍ରୀଡ଼ାପ୍ରେମୀଙ୍କ ଠାରୁ ଆରମ୍ଭ କରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଇଁ ଚିନ୍ତାର କାରଣ ପାଲଟିଛି । ଡେଙ୍ଗୁରେ ସଂକ୍ରମିତ ହେବା କାରଣରୁ ଗତ ୮ ତାରିଖରେ ଅନୁଷ୍ଠିତ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ଶୁବମନ ବାଦ୍ ପଡ଼ିଥିଲେ ।

ଶୁବମନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସମସ୍ତ ପ୍ରଶଂସକ ଓ ବିସିସିଆଇର ନଜର ରହିଥିବା ବେଳେ ଆଜି ତାଙ୍କୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଶୁବମନ ଖୁବଶୀଘ୍ର ସୁସ୍ଥ ହୋଇଯିବେ ଓ ମ୍ୟାଚ ଖେଳିବେ ବୋଲି କୁହାଯାଉଥିବା ବେଳେ ସେ ଆଜି ଅଚାନକ ଭାବେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ହଠାତ୍ ପ୍ଲେଟଲେଟ ହ୍ରାସ ପାଇବାରୁ ଶୁବମନଙ୍କୁ ଚେନ୍ନାଇର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେଣୁ ଆସନ୍ତା ୧୧ରେ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଓ ୧୪ରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ମ୍ୟାଚ ସେ ଖେଳିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖୁସି ଖବର । ଶୁବମନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । କ୍ରୀଡ଼ାପ୍ରେମୀମାନେ ତାଙ୍କୁ ନେଇ ଆଉ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଶୁବମନ ହସ୍ପିଟାଲରୁ ଡିସଚାର୍ଜ ହୋଇଯାଇଛନ୍ତି । ଚେନ୍ନାଇର ମେଡିକାଲରୁ ଡିସଚାର୍ଜ ହୋଇ ଶୁବମନ ଏବେ ହୋଟେଲକୁ ପ୍ରତ୍ୟାବର୍ତ୍ତନ କରିସାରିଥିବା ବିସିସିଆଇର ଏକ ସୂତ୍ରରୁ ଜଣାପଡ଼ିଛି । ମାତ୍ର ଏବେ ବି ଶୁବମନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନାହିଁ । ତେଣୁ ସେ ଆଗାମୀ ଦୁଇଟି ମ୍ୟାଚ ଖେଳିବାର କମ୍ ସମ୍ଭାବନା ରହିଛି ।

Get real time updates directly on you device, subscribe now.