ନୂଆଦିଲ୍ଲୀ: ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ସୁଭଦ୍ରା ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ଜରିଆରେ ମହିଳାଙ୍କୁ ଆର୍ତିକ ସହାୟତା ଯୋଗାଇ ଦେଉଛନ୍ତି ସରକାର । ସେହିଭଳି ଏକ ଯୋଜନାରେ ବର୍ତ୍ତମାନ ସରକାର ମହିଳାଙ୍କୁ ଟଙ୍କା ପଠାଇବେ ବୋଲି ଘୋଷଣା କରିଛନ୍ତି । ଏହି ଯୋଜନାରେ ମାସିକ ୧୦୦୦ ଟଙ୍କା ପାଇବେ ମହିଳା ହିତାଧିକାରୀ । ପ୍ରତ୍ୟେଖ ମାସର ୧୫ ତାରିଖରେ ମହିଳାଙ୍କ ଆକାଉଣ୍ଟକୁ ୧୦୦୦ ଟଙ୍କା ଲେଖାଏଁ ପଠାଇବେ ସରକାର । ଏହି ଟଙ୍କା ସୁଭଦ୍ରା ଯୋଜନା ଭଳି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦିଆଯିବ । ଯାହା ଦ୍ୱାରା ମହିଳାଙ୍କ ବିକାଶ ପାଇଁ ଆଉ ଏକ ନୂଆ ବାଟ ସୃଷ୍ଟି ହୋଇପାରିବ ।
ଝାଡ଼ଖଣ୍ଡ ସରକାରଙ୍କ ତରଫରୁ ମହିଳାଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ‘ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ମୟା ସମ୍ମାନ ଯୋଜନା’ ନାମରେ ପରିଚୟ ପାଇଛି । ଏହି ଯୋଜନା ଅଧୀନରେ ମହିଳାଙ୍କ ଆର୍ଥିକ ସ୍ଥିତିରେ ସବଳ ଏବଂ ସେମାନଙ୍କୁ ଆର୍ତିକ ସୁରକ୍ଷା ଯୋଗାଇ ଦିଆଯିବ । ଚଳିତବର୍ଷ ଆରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରତ୍ୟେକ ମାସ ମହିଳାଙ୍କୁ ୧,୦୦୦ ଟଙ୍କା ଲେଖାଏଁ ପଠାଇ ଦିଆଯିବ । ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ମହିଳା ଏହି ଟଙ୍କା ପାଇପାରିବେ । ପ୍ରତି ମାସର ୧୫ ତାରିଖରେ ଏହି ରାଶି ମହିଳା ହିତାଧିକାରୀଙ୍କ ଆକାଉଣ୍ଟରେ ଜମା କରାଇବେ ରାଜ୍ୟ ସରକାର ।
ଏହି ଯୋଜନାରେ ସାମିଲ ହେବା ପାଇଁ
- ମହିଳାଙ୍କ ବୟସ ୨୧ ବର୍ଷରୁ ୪୯ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ
- ସେ ଝାଡ଼ଖଣ୍ଡର ବାସିନ୍ଦା ହୋଇଥିବା ଆବଶ୍ୟକ
ଆବେଦନକାରୀ ବା ପରିବାରରେ କୌଣସି ବ୍ୟକ୍ତି ସରକାରୀ କିମ୍ବା ସରକାରୀ ସହାୟତା ପ୍ରାପ୍ତ ସଂସ୍ଥାରେ ନିୟୋଜିତ ହୋଇ ନଥିବା ଆବଶ୍ୟକ । - ଆବେଦନକାରୀ ବା ପରିବାରରେ କୌଣସି ବ୍ୟକ୍ତି ବର୍ତ୍ତମାନ କିମ୍ବା ପୂର୍ବରୁ କେହି ସାଂସଦ/ବିଧାୟକ ହୋଇନଥିବେ ।
- ଆୟ କର ଦେଉଥିବା ମହିଳା(ପୂର୍ବରୁ କୌଣସି ଅନ୍ୟ ସୁରକ୍ଷା ପେନସନ ଯୋଜନାରେ ଅନ୍ତର୍ଭୁକ୍ତ) ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ ।
କିପରି କରିବେ ଆବେଦନ?
ଏହି ଯୋଜନା ପାଇଁ ଅଫଲାଇନରେ ଆବେଦନ କରିପାରିବେ ମହିଳା । ଇଚ୍ଛୁକ ମହିଳା ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ର ବା ପ୍ରଖଣ୍ଡ ବିକାଶ ଅଧିକାରୀ/ କ୍ଷେତ୍ରୀୟ ଅଧିକାରୀ ଅଫିସରୁ ଆବେଦନ ଫର୍ମ ପାଇପାରିବେ । ଫର୍ମ ପୂରଣ କରି ସମସ୍ତ ଦସ୍ତାବିଜ ସହ କପି ସଂଲଗ୍ନ କରି ପ୍ରଖଣ୍ଡ ବିକାଶ ଅଧିକାରୀ ଅଫିସ(କ୍ଷେତ୍ରୀୟ ଅଧିକାରୀ)/ପ୍ରଜ୍ଞା କେନ୍ଦ୍ରରେ ଜମା କରିବାକୁ ହେବ । ଆବେଦନ ଜମା କରିବା ପରେ ଆବେଦକଙ୍କୁ ଏକ ରସିଦ ମଧ୍ୟ ମିଳିବ ।
କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ?
- ପାସପୋର୍ଟ ସାଇଜ ଫଟୋ,
- ଆଧାର କାର୍ଡ
- ରାସନ କାର୍ଡ, ଭୋଟର ଆଇଡି
- ପାନ୍ କାର୍ଡ
- ବ୍ୟାଙ୍କ ପାସବୁକ ଇତ୍ୟାଦି