ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବଢାଇବାକୁ ନେଇ ଖୁସି ଖବର ମିଳିପାରେ । ସୂଚନା ଅନୁସାରେ, ସରକାର ୨୦୨୩ ବର୍ଷର ଦ୍ୱିତୀୟ ଛଅ ମାସ ପାଇଁ ଡିଏ ବଢାଇ ପାରନ୍ତି । ଯଦି ଫିଟମେଣ୍ଟ ଫ୍ୟାକ୍ଟରରେ ବଢିବ ବୋଲି ଘୋଷଣା କରାଯାଏ, ତେବେ କର୍ମଚାରୀଙ୍କ ବେସିକ ସାଲାରୀ ବଢିବ । ଏହା ଉପରେ ସରକାରଙ୍କ ତରଫରୁ ବେସିକ ସାଲାରୀରେ ପରିବର୍ତ୍ତନ ଘଟି ଦରମା ବଢିପାରେ ।
ବର୍ତ୍ତମାନ ୪୨୦୦ ଟଙ୍କା ଗ୍ରେଡ ପେ ର କର୍ମଚାରୀଙ୍କ ବେସିକ ସାଲାରୀ ୧୫,୫୦୦ ଟଙ୍କା ମିଳୁଛି । ସେହିପରି ତାର ମୂଳ ବେତନ ୩୯ ୮୩୫ ଟଙ୍କା । କର୍ମଚାରୀମାନେ ଦାବି କରିଛନ୍ତି ଯେ, ସରକାର ଫିଟମେଣ୍ଟ ଫ୍ୟାକ୍ଟରକୁ ବଢାଇ ୩.୬୮ ପ୍ରତିଶତ କରାନ୍ତୁ । ଯଦି ଏତିକି ବଢିବ ତେବେ ନ୍ୟୁନତମ ବେତନ ୧୮,୦୦୦ ଟଙ୍କାରୁ ବଢି ୨୬,୦୦୦ ଟଙ୍କା ହୋଇଯିବ ।
ଯଦି କେନ୍ଦ୍ର କର୍ମଚାରୀଙ୍କ ଡିଏ ୪୬ ପ୍ରତିଶତ ହୋଇଯିବ ତେବେ ତାଙ୍କ ସାଲାରୀ ମଧ୍ୟ ବୃଦ୍ଧି ହେବ । ମନେକର କର୍ମଚାରୀଙ୍କ ବେସିକ ସାଲାରୀ ୧୮,୦୦୦ ଟଙ୍କା, ତେବେ ୪୨ ପ୍ରତିଶତ ହିସାବରେ ଡିଏ ୭୫୬୦ ଟଙ୍କା ହେଉଛି । ଯଦି ଡିଏ ୪୬ ପ୍ରତିଶତ ବଢେ ତେବେ ଏହା ୮୨୮୦ ଟଙ୍କା ହୋଇଯିବ । ଅର୍ଥାତ ପ୍ରତି ମାସରେ ସାଲାରୀ ୭୨୦ ଟଙ୍କା ହୋଇଯିବ । ଚଳିତ ବର୍ଷ ଅଗଷ୍ଟ ମାସରେ ସରକାର ଦରମା ବଢାଇବାର ଘୋଷଣା କରିପାରନ୍ତି ।