fbpx

ଲୋନ୍ ନାଁରେ ହଜାରେ କୋଟି ଲୁଟିଥିବା ୩୫୦୦ ଆପକୁ ହଟାଇଲା ଗୁଗୁଲ୍: ଆପଣଙ୍କ ଫୋନରେ ନାହିଁ ତ ଏହି ଆପ୍ ? ଜାଣନ୍ତୁ ବର୍ତ୍ତିବାର ଉପାୟ

ନୂଆଦିଲ୍ଲୀ : ଲୋନ୍ ଦେବା ନାମରେ ଠକୁଥିବା ୩୫୦୦ ଆପକୁ ୨୦୨୨ରେ ଷ୍ଟୋରରୁ ହଟାଇଛି ଗୁଗୁଲ । ଏହା ସହିତ ଗୁଗୁଲ ୧୪.୩ ଲକ୍ଷରୁ ଅଧିକ ଏପରି ଆପକୁ ଷ୍ଟୋରରୁ ହଟାଇଛି, ଯାହା ନିୟମର ପାଳନ କରୁନଥିଲେ । ଗୁଗୁଲ କହିଛି ଯେ, ୧.୭୩ ଲକ୍ଷ ଖରାପ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରାଯାଇଛଇ । ଗୁଗୁଲ କହିଛି ଯେ ଏହି ଆପଗୁଡ଼ିକ ୧୬ ହଜାର ୩୫୦ କୋଟି ଟଙ୍କା ଠକିଛି ।

ଗୁଗୁଲ ଏକ ବିବୃତ୍ତିରେ କହିଛି, “ଭାରତରେ ୨୦୨୨ ମସିହାରେ ବ୍ୟକ୍ତିଗତ ଲୋନ୍ ଦେଉଥିବା ନାଁରେ ଠକୁଥିବା ୩୫୦୦ ଟି ଜାଲିଆତି ଆପର ଆମେ ସମୀକ୍ଷା କରିଥିଲୁ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ଲେ ଷ୍ଟୋରରୁ ହଟାଇଥିଲୁ । ଏହି ଆପଗୁଡିକ ପ୍ଲେ ଷ୍ଟୋର ନିୟମକୁ ଉଲ୍ଲଂଘନ କରୁଥିଲା ।”

Privacy Sandbox ଆଣିବ ଗୁଗୁଲ୍:-
ଗୁଗୁଲ ଏହା ମଧ୍ୟ କହିଛି ଯେ, ସେ ଏକ Privacy Sandbox ଆଣିବାକୁ ପ୍ରସ୍ତୁତ ଆରମ୍ଭ କରିଛି । Privacy Sandbox ହେଉଛି ଏକ ଟେକ୍ନୋଲୋଜି ଯେଉଁଥିରେ ଅନଲାଇନ୍ ପ୍ଲାଟଫର୍ମରେ ବ୍ୟବହାରକାରୀଙ୍କ ଗୋପନୀୟତା ସୁରକ୍ଷିତ ରହିବା ସହ କମ୍ପାନୀ ଏବଂ ଡେଭଲପରମାନେ ସେମାନଙ୍କର ଡିଜିଟାଲ୍ ବ୍ୟବସାୟକୁ ସହଜରେ ବିକାଶ କରିପାରିବେ । Privacy Sandbox ବିଭିନ୍ନ ଆପ୍ ଏବଂ ସାଇଟ୍ ଦ୍ୱାରା ଟ୍ରାକିଂ ହ୍ରାସ କରିବାରେ ସାହାଯ୍ୟ କରେ ।

Loan, bank loan, loan foreclosing, Foreclosure of Loan, before time loan repayment, loan foreclosing benefits, loan foreclosing loss, personal loan, property loan, car loan, bike loan, credit card emi ଲୋନ୍, ବ୍ୟକ୍ତିଗତ ଲୋନ୍ ଆପ୍ ଡାଉନଲୋଡ୍ କରିବା ପୂର୍ବରୁ ଏହାର ସମୀକ୍ଷା ଯାଞ୍ଚ କରନ୍ତୁ । ଗୁଗୁଲ୍ ପ୍ଲେ ଷ୍ଟୋରରେ ଥିବା ଆପ୍ ଆପଣଙ୍କ ଫୋନର ଲୋକେସନ, ଗ୍ୟାଲେରୀ ଏବଂ କଣ୍ଟ୍ରାକ୍ଟକୁ କୌଣସି ଅନିୟମିତ ଆପରେ ଏଣ୍ଟର କରନ୍ତୁ ନାହିଁ ।

Get real time updates directly on you device, subscribe now.