fbpx

ଗାଡି ଚାଳକ ହୁସିଆର୍! ଅଜାଣତରେ ଗାଡି ଚାଲାଣ କଟୁଛି? ଏହି ଉପହାୟରେ ଯାଞ୍ଚ କରନ୍ତୁ

ନୂଆଦିଲ୍ଲୀ: ଗାଡି ଚଳାଇବା ବେଳେ ଟ୍ରାଫିକ ନିୟମ ଭାଙ୍ଗି ଧରା ପଡିଲେ ଆପଣଙ୍କ ଉପରେ ଫାଇନ ଲଗାଯିବ । କିନ୍ତୁ ଆପଣ ଜାଣିଛନ୍ତି କି ସବୁ ଡକ୍ୟୁମେଣ୍ଟ ଥାଇ ମଧ୍ୟ ଆପଣଙ୍କ ଗାଡିରେ ଚାଲାଣ କଟା ଯାଇପାରେ । ତେବେ ଲାଇସେନ୍ସ ଏବଂ ଅନ୍ୟ ଡକ୍ୟୁମେଣ୍ଟ ରଖି ଗାଡି ଚଳାଇବା ସହିତ ନିୟମ ପାଳନ କରିବା ବାଧ୍ୟତାମୂଳକ । ନଚେତ୍ ଟ୍ରାଫିକ ପୋଲିସ ଆପଣଙ୍କ ଫାଇନ କାଟି ପାରନ୍ତି । ତେବେ ଏହାପରେ ମଧ୍ୟ ଅନେକ ଗାଡିଚାଳକ ଟ୍ରାଫିକ ନିୟମ ଭାଙ୍ଗି ଫାଇନ ଦେଇଥାନ୍ତି । କିନ୍ତୁ ଅନେକ ଥର ଗାଡିର ଚାଲାଣ କଟା ଯାଇଥିବ, ଯାହା ଆମକୁ ଜଣା ନଥାଏ । ତେବେ ଏମିତି କ୍ଷେତ୍ରରେ କିପରି ଜଣା ପଡିବ ଗାଡିର କୌଣସି ଚାଲାଣ କଟା ଯାଇଛି କି ନାହିଁ?

ଆପଣ ବ୍ୟବହାର କରୁଥିବା ଗାଡିର ଚାଲାଣ ସମ୍ପର୍କରେ ଯାଞ୍ଚ କରିବା ପାଇଁ ଆପଣଙ୍କ ପାଖରେ ଗୋଟିଏ ସ୍ମାର୍ଟଫୋନ କିମ୍ବା କମ୍ପ୍ୟୁଟର ରହିବା ଯଥେଷ୍ଟ । ଏହାକୁ ଆପଣ ଅନଲାଇନରେ ଚେକ୍ କରିପାରିବେ ।

କିପରି କଟାଯାଏ ଇ-ଚାଲାଣ?

ଟ୍ରାଫିକ ନିୟମ କଡାକଡି ହେବା ପରେ ଟ୍ରାଫିକ ପୋଲିସ ଆପଣଙ୍କ ଗାଡିର ଫଟୋ ଉଠାଇ ଇ-ଚାଲାଣ କରିପାରିବେ । ଏହାବ୍ୟତୀତ ପ୍ରାୟ ଅଦିକାଂଶ ରାସ୍ତାରେ କ୍ୟାମେରା ଲଗା ହୋଇଥିବା ବେଳେ ଟ୍ରାଫିକ ନିୟମ ଭାଙ୍ଗିଲେ ଗାଡି ଏବଂ ଚାଳକଙ୍କ ନାଁରେ ଇ-ଚାଲାଣ କଟା ଯାଇପାରେ । ତେବେ ଟ୍ରାଫିକ ନିୟମର ଉଲ୍ଲଙ୍ଘନ କଲେ ସିସିଟିଭି କ୍ୟାମେରା ସାହାଯ୍ୟରେ ସ୍ୱୟଂଚାଳିତ ଭାବରେ ଫାଇନ ହୋଇପାରେ । ତେବେ ଏହି ଫାଇନକୁ ପରିବହନ ବିଭାଗର ୱେବସାଇଟ echallan.parivahan.gov.in ରେ ଉପଲବ୍ଧ ରହିଥାଏ ।

କିପରି ଯାଞ୍ଚ କରିପାରିବେ ଇ-ଚାଲାଣ?

• ପ୍ରଥମେ ପରିବହନ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟ (https://echallan.parivahan.gov.in/) ଖୋଲନ୍ତୁ ।

• ଏହାପରେ ‘ଚେକ୍ ଅନଲାଇନ ସେବା’ ବିକଳ୍ପକୁ ବାଛନ୍ତୁ ଏବଂ Check Challan Status ବଟନ୍ ଉପରେ କ୍ଲିକ କରନ୍ତୁ ।

• ଏହାପରେ ଆପଣ କଟା ଯାଇଥିବା ଚାଲାଣ ନମ୍ବର, ଗାଡି ନମ୍ବର(ଚେସିସ/ଇଞ୍ଜିନ ନମ୍ବର ସହିତ) କିମ୍ବା ଡି.ଏଲ ନମ୍ବର ଏଣ୍ଟର କରନ୍ତୁ ।

• ସମସ୍ତ ସୂଚନା ଏଣ୍ଟର କରିବା ପରେ ଦିଆଯାଇଥିବା କ୍ୟାପଚା ଏଣ୍ଟର କରନ୍ତୁ ଏବଂ ‘Get details’ ବଟନ୍ କ୍ଲିକ କରନ୍ତୁ । ଏଠାରେ ଚାଲାଣର ଡିଟେଲ୍ସ ଦେଖିପାରିବେ । ତେବେ ଯଦି ଚାଲାଣ କଟା ଯାଇ ନଥିବ, ତେବେ Challan Not Found ଦେଖିବାକୁ ମିଳିବ ।

Get real time updates directly on you device, subscribe now.