fbpx

Googleର ବଡ଼ ଖୁଲାସା: ପ୍ରଥମ ଥର ପାଇଁ ଆସିଲା ରିପୋର୍ଟ, ଡାଟା ସେଣ୍ଟର ପାଇଁ କେତେ ପାଣି ଖର୍ଚ୍ଚ ହେଉଛି

ନୂଆଦିଲ୍ଲୀ: ବିଶ୍ୱର କୋଣ ଅନୁକୋଣର ପ୍ରତ୍ୟେକ ଲୋକଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଉଛି ସର୍ଚ୍ଚ ଇଞ୍ଜିନ ବାଦଶାହ ଗୁଗଲ । ଗୁଗଲର ଡାଟା ସେଣ୍ଟର ଏହି କାର୍ଯ୍ୟ କରିଥାଏ । ମାତ୍ର ଏଥିପାଇଁ ଯେଉଁ ମାତ୍ରାରେ ଜଳର ଆବଶ୍ୟକତା ପଡ଼ିଥାଏ ତାହା ଶୁଣିଲେ ଯେ କେହି ବି ହତବାକ ହୋଇଯିବ । ପ୍ରଥମ ଥର ପାଇଁ ଗୁଗଲ ପକ୍ଷରୁ ଏ ବାବଦରେ ଏକ ବଡ଼ ଖୁଲାସା କରାଯାଇଛି ।

ଏହା ପୂର୍ବରୁ ଗୁଗଲ ପକ୍ଷରୁ ଡାଟା ସେଣ୍ଟର ବାବଦରେ କୌଣସି ତଥ୍ୟ ପ୍ରଦାନ କରାଯାଇ ନଥିଲା । ତେବେ ଆମେରିକାର ଓରେଗାନ ସ୍ଥିତ ଗୁଗଲର ଏକ ଡାଟା ସେଣ୍ଟରେ କେତେ ପାଣି ଖର୍ଚ୍ଚ ହେଉଛି ସେନେଇ ଏକ ମିଡ଼ିଆ ସଂସ୍ଥା ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ଏହି ମାମଲା ବେଳକୁ ବେଳ ବଢ଼ିବାରେ ଲାଗିଥିଲା । ଏପରିକି ଏହି ମାମଲାଟି କୋର୍ଟ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ଏହାପରେ ଗୁଗଲ ପକ୍ଷରୁ ଏ ବାବଦରେ ଖୁଲାସା କରାଯାଇଥିଲା ।

ତେବେ ରିପୋର୍ଟ ମୁତାବକ, ସାରା ବିଶ୍ୱରେ ଗୁଗଲର ସମସ୍ତ ଡାଟା ସେଣ୍ଟରରେ କେବଳ ୨୦୨୧ ବର୍ଷରେ ୧୫୦୦ କୋଟି ଲିଟର ପାଣି ଖର୍ଚ୍ଚ ହୋଇଥିଲା । ସେଥିମଧ୍ୟରୁ ୮୦ ପ୍ରତିଶତ ଜଳ କେବଳ ଆମେରିକାରେ ଥିବା ଡାଟା ସେଣ୍ଟରଗୁଡ଼ିକରେ ଖର୍ଚ୍ଚ ହୋଇଥିଲା । ସେହିପରି ଏହି ବର୍ଷ ଓରେଗାନରେ ୧୨୫ କୋଟି ଲିଟର ପାଣି ଖର୍ଚ୍ଚ ହୋଇଥିଲା । ତେବେ ଆଗକୁ ଧାର୍ଯ୍ୟ ସମୟରେ ଏହି ରିପୋର୍ଟ ପ୍ରଦାନ କରାଯିବ । ଗଚ ୫ ବର୍ଷ ମଧ୍ୟରେ କମ୍ପାନୀର ପାଣିର ଖର୍ଚ୍ଚ ତିନିଗୁଣ ବୃଦ୍ଧି ପାଇଛି । ଓରେଗାନ ସହରକୁ ସପ୍ଲାଇ ହେଉଥିବା ମୋଟ ପାଣିର ଏକଚତୁର୍ଥାଂଶ ଡାଟା ସେଣ୍ଟରରେ ଖର୍ଚ୍ଚ ହେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ପ୍ରଥମ ଟେକ୍ କମ୍ପାନୀ ଭାବେ ଗୁଗଲ ଏପରି ବଡ଼ ଖୁଲାସା କରିଥିବା କୁହାଯାଉଛି ।

Get real time updates directly on you device, subscribe now.