fbpx

Gmail ରେ ପରିବର୍ତ୍ତନ ଆଣିଲା ଗୁଗୁଲ: ୩ ଟି ନୂଆ ଫିଚର୍ସରେ ହେଲା ପରିବର୍ତନ, ଜାଣନ୍ତୁ ଏବେ କ’ଣ ସୁବିଧା ମିଳିବ

ନଉଁଦିଲ୍ଲି: ବହୁଳ ବ୍ୟବହୃତ Google ୟୁଜର୍ସଙ୍କୁ କିଛି ଭଲ ଫିଚର୍ସ ଦେବା ପାଇଁ ସର୍ବଦା ନିଜ ସେବାରେ ଅପଡେଟ ଆଣିଥାଏ। ଏବେ କମ୍ପାନୀ ଜିମେଲ ଓ ଚାର୍ଟ ପାଇଁ କିଛି ନୂଆ ଫିଚର୍ସ ଆଣିଛି। ଗୁଗୁଲ ସର୍ଚ୍ଚ ଫିଚର୍ସ, ଜିମେଲ ଲେବଲସ ଓ ରିଲେଟଡ ରେଜଲଟସ ନାମରେ ୩ ଟି ନୂଆ ଫଚର୍ସ ଆରମ୍ଭ କରିଛି।

କ’ଣ କ’ଣ ସୁବିଧା ମିଳିବ ଗୁଗୁଲର ଏହି ନୂଆ ଫିଚର୍ସରେ:

  • କମ୍ପାନୀ ନିଜର ଏକ ବ୍ଲଗପୋଷ୍ଟରେ କହିଛି ଯେ ଏହି ଫିଚର୍ସରେ କୌଣସି ଏଡମିନ କଣ୍ଟ୍ରୋଲ ନାହିଁ ।
  • ସର୍ଚ୍ଚ ରେଜଲ୍ଟ ସହ ୟୁଜର୍ସ ବି search query ଦେଖି ପାରିବେ, କାରଣ ଆପଣ ପିଛିଲା କ୍ୱାରି ହିଷ୍ଟ୍ରି ଆଧାରରେ ଚାର୍ଟ ସର୍ଚ୍ଚ ଫିଲ୍ଡରେ ଟାଇପ କରନ୍ତି ।
  • ଏହାଛଡ଼ା ଏହା ୟୁଜର୍ସକୁ ମୋବାଇଲରେ ଗୁରୁତ୍ୱପୂର୍ଣ୍ଣ ମେସେଜ, ଫାଇଲସ୍‌ ଆଦିକୁ ଶୀଘ୍ର ଖୋଜିବାରେ ସାହାଯ୍ୟ କରିଥାଏ ।
  • ଜି ମେଲ ଲେବଲ ୟୁଜର୍ସକୁ ଆପରେ ଏକ ବିଶିଷ୍ଠ ଜିମେଲ ଲେବଲ ପାଇଁ ସେହି ମେସେଜକୁ ଖୋଜିବା ପାଇଁ ଅନୁମତି ଦେଇଥାଏ । ଏଥିସହ ଜିମେଲ ସର୍ଚ୍ଚବାର ରେ ସର୍ଚ୍ଚ ଚିପ୍ସ ଉପଯୋଗ କରି ଲେବଲ ସର୍ଚ୍ଚକୁ ପୁରା ରିଫାଇନ କରିପାରେ ।

Get real time updates directly on you device, subscribe now.