ଗୁଗଲର କୋଟି କୋଟି ୟୁଜର୍ସଙ୍କୁ ବଡ଼ ଉପହାର, ବଦଳିଯିବ କ୍ରୋମ ବ୍ୟବହାର କରିବାର ପଦ୍ଧତି

ନୂଆଦିଲ୍ଲୀ: ଗୁଗଲ ଆଇଫୋନ ଏବଂ ଆଇପ୍ୟାଡ ଉପରେ କ୍ରୋମ ୟୁଜସ୭ଙ୍କ ପାଇଁ ଚାରୋଟି ଦମଦାର ଫିଚର୍ସ ଜାରି କରିଛି । ଯେଉଁଥିରେ ବ୍ରାଉଜିଙ୍ଗ ଏକ୍ସପେରିଏନ୍ସ ଆହୁରି ଦମଦାର ହୋଇଛି । ଏହି ଅପଡେଟ ଆପନଙ୍କ ଫୁଲ ବ୍ରାଉଜିଙ୍ଗ ଏକ୍ସପେରିଏନ୍ସକୁ ଉତ୍ତମ କରିବା ପାଇଁ ଡିଜାଇନ କରାଯାଇଛି, ଏଥିରେ ଆପଣ କିଛି ସର୍ଚ୍ଚ କରିପାରିବେ, କିଣିପାରିବେ ଏବଂ କଣ୍ଟେଣ୍ଟକୁ ସେଭ ମଧ୍ୟ କରିପାରିବେ । ଏହି ସବୁ କାମରେ ନୂଆ ଫିଚର୍ସ ଆପଣଙ୍କ ସାହାଯ୍ୟ କରିବ । ଆସନ୍ତୁ ଏହି ନୂଆ ଫିଚର୍ସ ଉପରେ ନଜର ପକାଇବା ।

ଗୁଗଲ ଲେନ୍ସ ସହ ଇମେଜ ଏବଂ ଟେକ୍ସଟ ସର୍ଚ୍ଚ: ଏଣିକି ଆଇଫୋନ ୟୁଜର୍ସ କ୍ରୋମରେ ଗୁଗଲ ଲେନ୍ସର ବ୍ୟବହାର କରି ଫଟୋ ସହ ଟେକ୍ସ ଯୋଡି ମଧ୍ୟ ସର୍ଚ୍ଚ କରିପାରିବେ । ପ୍ରଥମେ କେବଳ ଏକ ଫଟୋ ସର୍ଚ୍ଚ କରିବାର ସୁବିଧା ଥିଲା । ଏହି ସୁବିଧା ସଠିକ ସୂଚନା ଦେବାକୁ ସାହାଯ୍ୟ କରିବ । ଏହାର ବ୍ୟବହାର କରିବା ଲାଗି ଗୁଗଲ ସର୍ଚ୍ଚ ବାରରେ କ୍ୟାମେରା ଆଇକନ ଉପରେ ଟ୍ୟାପ କରନ୍ତୁ ।

ଗୁଗଲ ଡ୍ରାଇଭ ଏବଂ ଫଟୋରେ ଫାଇଲ୍ସ ଏବଂ ପିକ୍‌ଚର ସେଭ କରନ୍ତୁ: ନିଜ ଆଇଫୋନ ବା ଆଇପ୍ୟାଡ ଷ୍ଟୋରେଜ ମ୍ୟାନେଜ କରିବାର ସହାୟତା ପାଇଁ କ୍ରୋମ ବର୍ତ୍ତମାନ ଡାଉନଲୋଡ କରାଯାଉଥିବା ଫାଇଲ୍ସ ଏବଂ ଫଟୋକୁ ସିଧାସଳଖ ଗୁଗଲ ଡ୍ରାଇଭ ଏବଂ ଗୁଗଲ ଫଟୋରେ ସେଭ କରିବାର ଅପସନ ଦେବ ।

ସପିଙ୍ଗ ଇନସାଇଟ୍ସ: ୟୁ.ଏସରେ ୟୁଜର୍ସଙ୍କ ପାଇଁ କ୍ରୋମ ସପିଙ୍ଗ ଇନସାଇଡ ସୁବିଧା ଜାରି କରିଛି, ଯେଉଁଥିରେ ଅନଲାଇନ ସପିଂ ସମୟରେ ବେଷ୍ଟ ଡିଲ ସର୍ଚ୍ଚ ପାଇଁ ସାହାଯ୍ୟ ମିଳିବ । ଯଦି କ୍ରୋମ କୌଣସି ପ୍ରଡକ୍ଟ ଉପରେ ଏକ ଭଲ ଡିଲ ଦେଖୁଛି, ତେବେ ଆଡ୍ରେସ ବିଷୟରେ ଗୁଗଲ ଡିଲ୍ ନାଓ ଦେଖାଯିବ । ଏହି ସୁବିଧାର ବ୍ୟବହାର ପାଇଁ କ୍ରୋମରେ ସାଇନ ଇନ କରିବା ଏବଂ ‘ମେକ ସର୍ଚ୍ଚ ଆଣ୍ଡ ବ୍ରାଉଜିଂ ବେଟର’ ସେଟିଂ ଅନ କରିବା ଆବଶ୍ୟକ । ଗୁଗଲ ଏହି ସୁବିଧାକୁ ଖୁବ ଶୀଘ୍ର ଅନ୍ୟ ପ୍ଲାଟଫର୍ମରେ ଆଣିବାକୁ ପ୍ଲାନିଂ କରୁଛି ।