fbpx
BSKY
BJD YOUTH SKY
BJD MS SKY

Google I/O 2021 ର ତାରିଖ ଘୋଷଣା, Android 12 ଉପରେ ରହିବ ନଜର

ଲୋକପ୍ରିୟ ମଲ୍ଟିନ୍ୟାସନାଲ କଂପାନୀ Google ଏହାର ବାର୍ଷିକ Google I/O ସମ୍ମିଳନୀର ଘୋଷଣା କରିଛି । କଂପାନୀ ପ୍ରତିବର୍ଷ ଏହି ସମ୍ମିଳନୀର ଆୟୋଜନ କରିଥାଏ । ଯେଉଁଥିରେ କଂପାନୀ ନିଜର ସଫ୍ଟୱେୟାର ବିଷୟରେ ସୂଚନା ଦେଇଥାଏ ।
କରୋନା ମହାମାରୀ ଯୋଗୁଁ ଭର୍ଚୁଆଲ ମାଧ୍ୟମରେ ଏହି ସମ୍ମିଳନୀ କରାଯିବ । ଏହା ମେ ମାସରୁ ଆରମ୍ଭ ହୋଇ 20 ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ Android 12 ଉପରେ ରହିପାରେ ଲୋକଙ୍କ ନଜର ।

Google ସିଇଓ ସୁନ୍ଦର ପିଚାଇଙ୍କ ସୂଚନା ଅନୁସାରେ Google I/O 2021 ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ହେଉଥିବାରୁ ସମସ୍ତେ ଏହାକୁ ଫ୍ରି’ରେ ଦେଖିପାରିବେ । କଂପାନୀ ଏହାର ୱେବସାଇଟକୁ ଲାଇଭ କରିସାରିଛି । ୱେବସାଇଟରେ ଏଥିପାଇଁ ରେଜିଷ୍ଟ୍ରେସନ କରିପାରିବେ । କଂପାନୀ ହେବାକୁ ଥିବା ଏହି ସମ୍ମିଳନୀରେ ସଫ୍ଟୱେୟାର ସହିତ ନିଜର କୌଣସି ପ୍ରୋଡକ୍ଟ ମଧ୍ୟ ଲଞ୍ଚ କରିପାରେ ।

2019 ର I/O ସମ୍ମିଳନୀରେ କଂପାନୀ Pixel 3a ଏବଂ Nest Hub ସ୍ମାର୍ଟ Display ଲଞ୍ଚ କରିଥିଲା ।
ସେହିଭଳି ଏଥର Android 12 କୁ ଘୋଷଣା କରିବ କଂପାନୀ । Android 12 କିଭଳି ରହିବ, ଏଥିରେ କ’ଣ ଫିଚର୍ସ ରହିବ ଏସବୁ ବିଷୟରେ କଂପାନୀ ଏହି ସମ୍ମିଳନୀରେ ଘୋଷଣା କରିବ । କଂପାନୀ ଏହାର ସ୍ମାର୍ଟ ଫୋନ Pixel 5a କୁ ମଧ୍ୟ ଲଞ୍ଚ କରିପାରେ ।
Google ସ୍ମାର୍ଟବ୍ୟାଣ୍ଡ Fitbit କୁ କିଣି ସାରିଛି ଏହାକୁ ନେଇ କଂପାନୀର ଆଗାମୀ ଯୋଜନା ବିଷୟରେ ସୂଚନା ଦେଇପାରେ । ଏହା ଛଡା କଂପାନୀ WearOS କୁ ମଧ୍ୟ ଅପଗ୍ରେଡ ଉପରେ ସୂଚନା ଦେଇପାରେ ।

ଏମିତି କରିପାରିବେ ରେଜିଷ୍ଟ୍ରେସନ:
Google I/O 2021 ୱେବସାଇଟକୁ ଯାଆନ୍ତୁ । ୱେବସାଇଟ ଖୋଲିବା ପରେ ଆପଣଙ୍କୁ ଏକ ରେଜିଷ୍ଟ୍ରେସନ ବକ୍ସ ମିଳିବ ଯେଉଁଥିରେ ଲେଖାଥିବ ଏହା ଏକ ମାଗଣା ସମ୍ମିଳନୀ ।

ରେଜିଷ୍ଟ୍ରେସନ କରିବା ଦ୍ୱାରା ୱାର୍କସପ ଏବଂ Ask Me Anything (AMA) ରେ ଯୋଗଦେଇପାରିବେ । ରେଜିଷ୍ଟ୍ରେସନ ହେବାପରେ ଆପଣଙ୍କୁ ନିଜ ଆଇଡିରୁ ଲଗ ଇନ କରିବାକୁ ପଡିବ ।ଏହାପରେ ଆପଣଙ୍କୁ କିଛି ପ୍ରଶ୍ନ ପଚରାଯିବ, ଯାହାର ଉତ୍ତର ଦେବାପରେ ଆପଣ ଏହି ୱାର୍କସପ ଏବଂ (AMA) ପାଇଁ ରେଜିଷ୍ଟର ହୋଇପାରିବେ ।

Get real time updates directly on you device, subscribe now.