୧,୬୦୦ କୋଟି ପାସୱାର୍ଡ ଲିକ୍ ନେଇ ଗୁଗଲର ଚେତାବନୀ, ୟୁଜର୍ସ ତୁରନ୍ତ କରନ୍ତୁ ଏହି କାମ
ଡାଟା ବ୍ରିଚ୍ ମାମଲା: ଗୁଗୁଲ ଜାରି କଲା ଚେତାବନୀ
ନୂଆଦିଲ୍ଲୀ: ଯଦି ଆପଣ ଲ୍ୟାପଟପ, ସ୍ମାର୍ଟଫୋନ, Gmail ବା କୌଣସି ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ କୋଟି କୋଟି ୟୁଜର୍ସଙ୍କ ଇମେଲ ଏବଂ ପାସୱାର୍ଡ ଲିକ୍ ହୋଇଯାଇଛି।
ରିପୋର୍ଟ ମୁତାବକ ୧୬୦୦ କୋଟି ୟୁଜର୍ସଙ୍କ ପାସୱାର୍ଡ ଇଣ୍ଟରନେଟରେ ଲିକ୍ ହୋଇଯାଇଛି। ହୋଇପାରେ ଏହି ତାଲିକାରେ ଆପଣ ବି ଥାଇପାରନ୍ତି। ତେବେ ଏହି ଜରୁରୀ ଉପାୟ ଅବଲମ୍ବନ କରନ୍ତୁ।
ପାସୱାର୍ଡ ଲିକକୁ ନେଇ ଗୁଗଲ ୟୁଜର୍ସଙ୍କୁ ତୁରନ୍ତ ପାସୱାର୍ଡ ପରିବର୍ତ୍ତନ କରିବାର ପରାମର୍ଶ ଦେଇଛି। ଏଥିସହ କମ୍ପାନୀ ୟୁଜର୍ସଙ୍କୁ ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନକୁ ଆକ୍ଟିଭ କରିବା ଲାଗି ମଧ୍ୟ କୁହାଯାଇଛି। ଯଦି ଆପଣ ଅଧିକ ପ୍ରୋଟେକ୍ସନ ଚାହୁଁଛନ୍ତି ତେବେ ଏଥିପାଇଁ ଗୁଗଲ Passkey ଫିଚରକୁ ଆପଣାଇବାର ପରାମର୍ଶ ଦେଇଛି। Passkey ଫିଚର ଫିସିଙ୍ଗ Attackକୁ ରୋକିବାରେ ସାହାଯ୍ୟ କରିଥାଏ।
ଯଦି ଆପଣ Apple, Facebook, Google ବା ଟେଲିଗ୍ରାମ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ସଙ୍ଗେ ସଙ୍ଗେ ନିଜର ପାସୱାର୍ଡ ପରିବର୍ତ୍ତନ କରିବା ଆବଶ୍ୟକ। ଧ୍ୟାନ ଦିଅନ୍ତୁ ଯେ, ଆପଣଙ୍କୁ ନୂଆ ଶକ୍ତ ପାସୱାର୍ଡ କ୍ରିଏଟ୍ କରିବାକୁ ହେବ, ଯେଉଁଥିରେ ସ୍ପେଶାଲ କ୍ୟାରେକ୍ଟର୍ସ ସାମିଲ ଥିବ।