fbpx

Google ରିଲିଜ କଲା Android-14ର ଦ୍ୱିତୀୟ ଚିତ୍ର: ଜାଣନ୍ତୁ କ’ଣ ରହିବ ନୂଆ ଫିଚର୍ସ

ନୂଆଦିଲ୍ଲୀ: ଗୁଗଲ ତରଫରୁ ଲଞ୍ଚ ହୋଇଛି ଆଣ୍ଡ୍ରଏଡ ୧୪ର ଦ୍ୱିତୀୟ ପ୍ରିଭ୍ୟୁ । ଏହା କମ୍ପାନୀର ଦ୍ୱିତୀୟ ଡେଭଲପର୍ସ ପ୍ରିଭ୍ୟୁ ରିଲିଜ କରିଛି । ଏଥିରେ ଅନେକ ପ୍ରକାର ନୂଆ ଫିଚର୍ସ ଦେଖିବାକୁ ମିଳିଛି । ନୂଆ ଅପଡେଟରେ ପ୍ରାଇଭେସୀ, ସିକ୍ୟୁରିଟି ଏବଂ ପରଫୋରମାନ୍ସରେ ପରିବର୍ତ୍ତନ ହୋଇଛି । ଅର୍ଥାତ Android-14ରେ ୟୁଜର୍ସମାନଙ୍କୁ ସୁନ୍ଦର ପ୍ରାଇଭେସୀ ସହିତ ଦମଦାର ସିକ୍ୟୁରିଟି ଏବଂ ପାୱାରଫୁଲ ପରଫୋରମାନ୍ସ ମଧ୍ୟ ଉପଲବ୍ଧ ହୋଇପାରିବ ।

ଏହି ଅପଡେଟରେ କମ୍ପାନୀ ଟାବଲେଟ ଏବଂ ଫୋଲ୍ଡେବଲ ଡିଭାଇସର ଏକ୍ସପେରିଏନ୍ସକୁ ରିଫାଇନ କରିବା ପାଇଁ ଚେଷ୍ଟା କରିଛି । ମାର୍ଚ୍ଚରେ ଡେଭଲପର୍ସ ପ୍ରିଭ୍ୟୁ ରିଲିଜ ହେବା ପରେ କମ୍ପାନୀ ଏପ୍ରିଲ ମାସରେ ପ୍ରଥମ ବିଟା ରିଲିଜ କରିବା ନେଇ ଆଶା କରାଯାଉଛି । ତେବେ ଏହା ୩ ମାସ ପର୍ଯ୍ୟନ୍ତ ଚାଲିବ ଏବଂ ପରେ କମ୍ପାନୀ ଷ୍ଟେବଲ ଭର୍ସନ ରିଲିଜ କରିବ ବୋଲି ଜଣାଯାଇଛି । ଆଣ୍ଡ୍ରଏଡ ୧୪ର ଦ୍ୱିତୀୟ ଡେଭଲପର୍ସ ପ୍ରିଭ୍ୟୁରେ ପ୍ରାଇଭେସୀକୁ ନେଇ ନୂଆ ଏବଂ ଖାସ ଫିଚର ଯୋଡି ହୋଇଛି । ଏହାଦ୍ୱାରା ୟୁଜର କୌଣସି ଆପ୍ କୁ ବଛା ବଛା ଫଟୋ ଏବଂ ଭିଡିଓ ପାଇଁ ଅନୁମତି ଦେଇପାରିବେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆପ୍ ପାଇଁ ଆକ୍ସେସ ଦେବା ଦ୍ୱାରା ସମସ୍ତ ଫଟୋ ଏବଂ ଭିଡିଓର ଆକ୍ସେସ ମିଳିପାରୁଥିଲା । କିନ୍ତୁ ଆସନ୍ତା ଆଣ୍ଡ୍ରଏଡ ଭର୍ସନରେ ଏହି ଟ୍ରେଣ୍ଡ ଦେଖାଯିବ ନାହିଁ ।

Take Android 14 for a Spin with the Developer Preview Release

ଡେଭଲପର୍ସ ପ୍ରିଭ୍ୟୁରେ ୟୁଜର୍ସମାନଙ୍କୁ ସିଲେକ୍ଟେଡ ଫଟୋ, ଭିଡିଓ, ସମସ୍ତ ଗ୍ୟାଲେରୀ କିମ୍ବା ନୋ ଆକ୍ସେସର ଅପ୍ସନ ମିଳିପାରିବ । ଏହାବ୍ୟତୀତ କ୍ରେଡେନ୍ସିଆଲ ମ୍ୟାନେଜରରେ ମଧ୍ୟ ପରିବର୍ତ୍ତନ ଦେକିବାକୁ ମିଳିବ । ଏହା ସାହାଯ୍ୟରେ ୟୁଜର୍ସ ପାସ-କୀ ଜରିଆରେ ସାଇନ୍-ଇନ୍ କରିପାରିବେ । ଏହାସହିତ ୟୁଜର୍ସମାନଙ୍କୁ ଅପଡେଟେଡ ୟୁଆଇ ମଧ୍ୟ ଦେଖିବାକୁ ମିଳିବ । ନୂଆ ପ୍ରିଭ୍ୟୁରେ ଆଣ୍ଡ୍ରଏଡ ମେମୋରୀ ସିଷ୍ଟମ ମଧ୍ୟ ପରିବର୍ତ୍ତନ ହୋଇଛି । ଏହା ବ୍ୟାକଗ୍ରାଉଣ୍ଡରେ କୌଣସି ଆପକୁ ସହଜରେ କାମ କରିବା ପାଇଁ ସାହାଯ୍ୟ କରିବ । ଏହାବ୍ୟତୀତ ରିଜନ ବେସ୍ଡ ପ୍ରିଫରେନ୍ସ ମଧ୍ୟ ଉପଲବ୍ଧ ରହିବ । ଅର୍ଥାତ ଯଦି ଆପଣ ଭାରତରେ ରହୁଛନ୍ତି ଏହାର ତାପମାତ୍ରା ସେଲସିୟସରେ ଦେଖାଯିବ, କିନ୍ତୁ ୟୁରୋପରେ ଏହା ଫାରେନହାଇଟରେ ଦେଖିବାକୁ ମିଳିବ ।

Get real time updates directly on you device, subscribe now.