fbpx

ଏପ୍ରିଲ ୨ରୁ ବନ୍ଦ ହୋଇଯିବ ଗୁଗୁଲର ଏହି ଆପ୍ ସେବା, ତୁରନ୍ତ ଟ୍ରାନ୍ସଫର କରି ନିଅନ୍ତୁ ଡାଟା

ନୂଆଦିଲ୍ଲୀ: ଆପଣ ଯଦି ଗୁଗୁଲ ପଡକାଷ୍ଟ ଆପ୍ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଖରାପ ଖବର । ଭିନ୍ନ ଭିନ୍ନ ପ୍ଲାଟଫର୍ମ ଏବଂ ଗୁଗୁଲ ପାଇଁ ପଡକାଷ୍ଟ(Podcast) ଲୋକପ୍ରିୟ ଅଟେ । ଏଥିମଧ୍ୟରେ ଗୁଗୁଲ ଏହାର Podcast ଆପ୍ ସେବା ଏପ୍ରିଲ ୨ରୁ ବନ୍ଦ କରିବାକୁ ଯାଉଛି । ତେଣୁ ଗୁଗୁଲ Podcastରେ ଥିବା ସମସ୍ତ ଡାଟାକୁ ଅନ୍ୟତ୍ର ଟ୍ରାନ୍ସଫର କରିବା ପାଇଁ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ Podcast ଲୋକପ୍ରିୟ ଥିଲେ ମଧ୍ୟ ଗୁଗୁଲକୁ ଏହା ଅନୁଭବ ହେଲା ଯେ ଏହାକୁ ଏକ ସ୍ୱତନ୍ତ୍ର Podcast ଆପର ଆବଶ୍ୟକତା ନାହିଁ । କହିରଖୁଛୁ ଗତ ବର୍ଷ ସେପଟେମ୍ବରରେ ଗୁଗୁଲ ଏହି ଆପକୁ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଥିଲା । କମ୍ପାନୀ Podcast ସେବା ସମ୍ପୂର୍ଣ୍ଣ ବନ୍ଦ କରିବ ନାହିଁ । ମ୍ୟୁଜିକ୍ Podcast ପାଇଁ ୟୁଟ୍ୟୁବ୍ ପସନ୍ଦଯୋଗ୍ୟ ପ୍ଲାଟଫର୍ମ ହେବ । କାରଣ କମ୍ପାନୀ ୨ଟି ଆପ୍ ପରିବର୍ତ୍ତେ ନିଜ ସମସ୍ତ ଉତ୍ସ ପାଇଁ ଗୋଟିଏ ଆପରେ ନିବେଶ କରିବା ପାଇଁ ପ୍ରସ୍ତୁତ ଅଛି । ଏଥିପାଇଁ ଲୋକଙ୍କୁ ପରିବର୍ତ୍ତନ/ସ୍ୱିଚ୍ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମଧ୍ୟ ଦିଆଯାଇଛି । ବର୍ତ୍ତମାନ ଗୁଗୁଲ ଏପ୍ରିଲ ୨ରୁ Podcast ବ୍ୟବହାର କରିବାକୁ ଚାହୁଁଥିବା ୟୁଜରଙ୍କ ପାଇଁ ୟୁଟ୍ୟୁବ୍ ମ୍ୟୁଜିକ୍ ସେବା ନିମନ୍ତେ ଦେୟ ବ୍ୟବସ୍ଥା କରିଛି । ଏହି ପ୍ଲାଟଫର୍ମରେ ନିବେଶ କରିଥିବା ଏବଂ ତଥ୍ୟ ରଖିଥିବା ୟୁଜରଙ୍କ ପାଇଁ ଏହା ଚିନ୍ତାର ବିଷୟ ଅଟେ । କେବଳ ଆମେରିକାରେ ଥିବା ଲୋକଙ୍କ ପାଇଁ ଗୁଗୁଲ ଏହାର ସେବା ସ୍ୱିଚ୍ କରିବା ଏବଂ ସୁବିଧା ପ୍ରଦାନ କରୁଛି । ତେବେ ଅନ୍ୟ ସ୍ଥାନରେ Podcast ଆପ୍ ୟୁଜରଙ୍କ ପାଇଁ କୌଣସି ସୂଚନା ଦିଆଯାଇନାହିଁ ।

Google Podcastକୁ ଅନ୍ୟ ଆପରେ କିପରି କରିବେ ଟ୍ରାନ୍ସଫର ?

୧. ପ୍ରଥମେ Google Podcast ଆପକୁ ଯାନ୍ତୁ

୨. ଏହା ପରେ ଏକ୍ସପୋର୍ଟ ସବସ୍କ୍ରିପସନ୍ ବିକଳ୍ପରେ କ୍ଲିକ୍ କରନ୍ତୁ

୩. ଏକ୍ସପୋର୍ଟ ଟୁ ୟୁଟ୍ୟୁବ୍ ମ୍ୟୁଜିକ୍ ତଳେ ଦିଆଯାଇଥିବା ଏକ୍ସପୋର୍ଟରେ କ୍ଲିକ୍ କରନ୍ତୁ

୪. ଏହା ପରେ ୟୁଟୁବ୍ ମ୍ୟୁଜିକ୍ ଆପରେ ଟ୍ରାନ୍ସଫର ସିଲେକ୍ଟ କରନ୍ତୁ

୫. ଶେଷରେ continue ଉପରେ କ୍ଲିକ୍ କରନ୍ତୁ

 

Get real time updates directly on you device, subscribe now.