fbpx

ଦିନ ଦ୍ୱିପହରରେ ବିଜେପି ନେତାଙ୍କ ଉପରକୁ ଗୁଳିବର୍ଷା

ନାଳନ୍ଦା: ବିହାରର ନାଳନ୍ଦାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯେଉଁଠି ଆଦି ଦିନ ଦ୍ୱିପହରରେ ଜଣେ ବିଜେପିକୁ ନେତାଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ । ଏହି ଘଟଣା ନାଳନ୍ଦା ଜିଲ୍ଲାର ହିଲସା ଥାନା ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି । ଗୁଳି ଲାଗିବା ପରେ ବିଜେପି ନେତାଙ୍କୁ ଚିକିତ୍ସା ପାଇଁ ବିହାର ସରିଫରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ପାଟଣାର ପିଏମସିଏଚଏକୁ ସ୍ଥାନାନ୍ତରିତ କରାଯାଇଛି ।

ଗୁରୁବାର ଦ୍ୱିହରରେ ଅପରାଧୀମାନେ ଘରେ ପଶି ଏଭଳି କାଣ୍ଡ ଘଟଣାଇଥିଲେ । ଯେଉଁ ବିଜେପି ନେତାଙ୍କୁ ଗୁଳି ମରାଯାଇଛି, ତାଙ୍କ ନାଁ ସଞ୍ଜୟ ସାଗର ବୋଲି କୁହାଯାଉଛି । କେଉଁ କାରଣରୁ ବିଜେପି ନେତାଙ୍କୁ ଗୁଳି ମରାଯାଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଏସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Get real time updates directly on you device, subscribe now.